ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ମୁଖ୍ୟ ବକ୍ତା କୋଶଳ ପ୍ରବାହର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ପାଟଣାଗଡର ସଂଯୋଜକ ସହଦେବ ପୁରୋହିତ, ପ୍ରଫୁଲ୍ଲ କୁମାର ମେହେର ଏବଂ ସଂଘର ସଭାପତି ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଭାରତୀୟ ସୈନ୍ୟ ବାହିନୀର ଯୋଗଦାନକୁ ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ପୂର୍ବତନ ସୈନିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସଂଘର କାର୍ଯ୍ୟାଳୟ ପରିସରରେ ପ୍ରଶାସନ ଦ୍ୱାରା ଅନୁପୋଯୋଗୀ ଘୋଷଣା କରାଯାଇଥିବା ଗୃହ ଯାହାକି ପୂର୍ବତନ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୈନିକ ସଂଘକୁ ପ୍ରଦାନ କରିବା ପାଇଁ ଆର୍‌ଡିସିଙ୍କୁ ୨୯ ଜୁଲାଇ ୨୦୧୯ରେ ଚିଠି ଲେଖିଥିଲେ । ଯାହାର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପାଖରେ ପହଞ୍ଚି ନ ପାରିଥିବା ହେତୁ ସଂଘର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା । ଯାହାକି ସଂଘ ଶ୍ରୀ ପଣ୍ଡାଙ୍କୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯୁବ ବିଜେଡି ସଭାପତି ଶ୍ରୀ ହୋତା ସଂଘର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସହଯୋଗ କରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ମିଶ୍ର ପୂର୍ବତନ ସୈନିକ ମାନଙ୍କ ବଲାଙ୍ଗିର ମାଟିର ଉନ୍ନତି ପ୍ରଗତିରେ ସଦା ସର୍ବଦା ଯୋଗ ଦାନ ପାଇଁ ଶୁଭେଚ୍ଛା ଦେବା ସଙ୍ଗେ ସଙ୍ଗେ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ବାଗ ମଧ୍ୟ ସଂଘର ସବୁ କାର୍ଯ୍ୟର ସହଯୋଗ କରିବେ ବୋଲି ଘେଷଣା କରିଥିବା ବେଳେ ପାଟରାଗଡର ସଂଯୋଜକ ଶ୍ରୀ ପୁରୋହିତ ଏବଂ ଶ୍ରୀ ମେହେର ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦୀର୍ଘ ୧୫ ବର୍ଷ ହେଲା ସଂଘ ସହିତ ଜଡିତ ହୋଇ ରହିଛନ୍ତି ଏବଂ ଆଗୁକୁ ମଧ୍ୟ ସଂଘ ସାଥୀରେ ରହିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସଂଘର ସଭାପତି ଶ୍ରୀ ପାଣିଗ୍ରାହୀ ସବୁ ସଦସ୍ୟଙ୍କୁ ଏକତା ଏବଂ ଅନୁଶାସନ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ସଂଘର ସମ୍ପାଦକ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ପୂର୍ବତନ ସୈନିକ ଏବଂ ସହିଦ ପରିବାରଙ୍କ ସମସ୍ୟା ସମ୍ପର୍କରେ ମଞ୍ଚାସୀନ ଅତିଥି ମାନଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ତାଙ୍କର ସହଯୋଗ ଲୋଡିଥିଲେ । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷିୟାନ ପୂର୍ବତନ ସୈନିକ ନିରଞ୍ଜନ ପଟେଲଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁ୍‌ଚ୍ଛ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର କୋଷାଧ୍ୟକ୍ଷ ଘାସିରାମ ବେହେରା, ସହ ସମ୍ପାଦକ ଗୋପାଳ ପ୍ରଧାନ, ସଂଯୋଜକ ଅରୁଣ ବାରିକ, କୃଷ୍ଣ ଚନ୍ଦ୍ର ପରମ ଗୁରୁ, ସଦସ୍ୟ ସୁଶି ପଟେଲ, ଦେବୀ ପ୍ରସନ୍ନ ଶତପଥୀ, ପ୍ରମୋଦ ବାବୁ, ବିବେକ ଭୋେଇ, ଟିଏସ୍‌ ଚୌହାନ, ଶମ୍ଭୁ ପ୍ରସାଦ ବିଶ୍ୱାଳ, ରାଜେନ୍ଦ୍ର ଶବର, ନିଳମଣୀ ହାତୀ, ସଞ୍ଜିବ ପ୍ରଧାନ, ନରହରି ବେହେରା, ଶଙ୍କର ଜୁଏଡ, ଦ୍ରୋଣ ଚନ୍ଦନ, ରଞ୍ଜନ ସେଠ ମଧୁସୁଦନ ବିଶ୍ୱାଳ, କେଡି ପୁରୋହିତ, କେ ଏନ୍‌ ସାହୁ ତଥା ଆହୁରି ଶତାଧିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ସଂଘର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.