om academy

ଉପରଝର ୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବକୁଲ ବିହାରୀ ସାହୁଙ୍କ ପରଲୋକ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା କୁଲତା ସମାଜର ଦେଓଗାଁ ମଣ୍ଡଳର ପୂର୍ବତନ ସଭାପତି ବକୁଲ ବିହାରି ସାହୁ (୭୫ବର୍ଷ)ଙ୍କ ଶୁକ୍ରବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଯାଇଛି । ସେ କିଛି ଦିନ ହେଲା ଅଜଣା ରୋଗରେ ପୀଡିତ ଥିଲେ । ଶେଷ ସମୟରେ ତାଙ୍କ ପାଞ୍ଚ ପୁଅ ନରେଶ, ଉମେଶ, ଗିରିଶ, ସିରିସ, ହରେସ ଉପସ୍ଥିତି ଥିଲେ । ତାଙ୍କ ପରଲୋକ ପରେ ଉପରଝର ଅଞ୍ଚଳର ବିଶିଷ୍ଟ ଲୋକମାନେ ଶେଷ ଦର୍ଶନ କରିଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ନରେଶ ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସାହୁ ବହୁ ବର୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରଝରରେ ପ୍ରଧାନ ଶିକ୍ଷକ ଭାବେ ଶିକ୍ଷାଦାନ କରିି ୨୦୦୦ ମସିହାରେ ଅବସର ନେଇଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଉପରଝର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.