ଓମ୍ ଭ୍ୟାଲି ସ୍କୁଲର ପୂର୍ବତନ ଛାତ୍ରଙ୍କ ଆନ୍ତର୍ଜାତୀୟ ସ୍ତରରେ ଏବଂ ପ୍ରଶିକ୍ଷକଙ୍କ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ଆନ୍ତର୍ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲରେ ଶିକ୍ଷା ସହ ଖେଳକୁଦ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ବିଶେଷ ତାଲିମ ପ୍ରଦାନ କରାଯାଇଥାଏ । ଯାହାକି ଏଠାରୁ ପାଠ ପଢ଼ି ବାହାରକୁ ଗଲା ପରେ ବି ତାହା କାମରେ ଆସିଥାଏ । ଏହି ସ୍କୁଲର ପୂର୍ବତନ ଛାତ୍ର ବିଶ୍ୱାସ ରଞ୍ଜନ ପଣ୍ଡାଙ୍କ ସଫଳତାରେ ସ୍କୁଲ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଶ୍ୱାସ ଓମ୍‌ ଭ୍ୟାଲି ସ୍କୁଲ ସିବିଏସ୍‌ଇ ଅନୁବନ୍ଧିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲିର ୨୦୨୧-୨୨ ବ୍ୟାଚ୍‌ର ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ପଠନ କରୁଥିଲେ । ତା. ୫ /୧୦/୨୦୨୫ ନାଇଜେରିଆରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ ଚାମ୍ପିଏନ୍‌ସିପ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ସେ ଏବେ ଭାରତ ପାଇଁ ମଧ୍ୟ ପଦକ ହାସଲ କରିଛନ୍ତି । ସେହିପରି ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଅମୀୟ କୁମାର ପ୍ରଧାନ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ତା. ୬ /୧୦/୨୦୨୫, ୧୪ତମ ବାୟାଥଲ ଏବଂ ଟ୍ରାଏଥଲ ଜାତୀୟ ଚାମ୍ପିଏନ୍‌ସିପ୍ – ୨୦୨୫ରେ କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ସେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଚାମ୍ପିଅନ୍‌ସିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟିଟିଲାଗଡ଼ର ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଦୀପକ ସାହୁ, ସମସ୍ତ କର୍ମଚାରୀ ଏବଂ ଅଭିଭାବକମାନେ ତାଙ୍କୁ ଏହି ସଫଳତା ହାସଲ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.