centurian jitm

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସଂସ୍କୃତି ଭବନରେ “ପୂର୍ବରଙ୍ଗ-ଜାତୀୟ ନାଟକ ଉତ୍ସବ”

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଓଡ଼ିଶା ନାଟକ ସମାରୋହ ସମିତିର ମିଳିତ ସହଯୋଗ କ୍ରମେ “ପୂର୍ବରଙ୍ଗ-ଜାତୀୟ ନାଟକ ଉତ୍ସବ” ଚଳିତ ମାସ ୨୨.୦୪.୨୦୨୫ ରିଖ ଠାରୁ ତା.୨୬.୦୪.୨୦୨୫ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟପୀ ସନ୍ଧ୍ୟା ୭.୦୦ ଘଟିକା ସମୟରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ମଞ୍ଚରେ ଆୟୋଜନ କରାଯିବ । ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ଜାତୀୟ ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ସଫଳତା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନର ପ୍ରଥମ ଦିନ ତା ୨୨.୪.୨୦୨୫ ରିଖ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଦ୍ଵାରା ହିନ୍ଦୀ ନାଟକ “କଥା ଏକ କଂସ କି” ପ୍ରଦର୍ଶିତ ହେବ । ଦ୍ଵିତୀୟ ଦିନ ତା ୨୩.୪.୨୦୨୫ ରିଖ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର , ପଶ୍ଚିମ ବଙ୍ଗ ପକ୍ଷରୁ ବଙ୍ଗଳା ନାଟକ “ଅସମୟ” , ତା ୨୪.୪.୨୦୨୫ ତୃତୀୟ ଦିନ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର ପକ୍ଷରୁ ଓଡିଆ ନାଟକ “ସାଉଁଟା କଇଁ” ତା ୨୫.୪.୨୦୨୫ ରିଖ ଚତୁର୍ଥ ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ପକ୍ଷରୁ ଓଡିଆ ନାଟକ “ମମତା ପଡ଼ିଛି ବନ୍ଧା”ଏଵଂ ଶେଷ ରଜନୀ ତା ୨୬.୪.୨୦୨୫ ରିଖ ଦିନ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଦ୍ଵାରା ହିନ୍ଦୀ ନାଟକ “ସ୍ଵଂଗ ୟସ କି ତସ” ପରିବେଷଣ ହେବ । ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶଂସନୀୟ ନାଟକ ଦେଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.