oom

ପୁରାତନ ଶିକ୍ଷକଙ୍କୁ ସମ୍ୱର୍ଦ୍ଧନା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ହରେକୃଷ୍ଣ ମହତାବ ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଉପରୋକ୍ତ ହାଇସ୍କୁଲରେ ଶିକ୍ଷାଦାନ କରିଥିବା ଜୀବିତ ଶିକ୍ଷକ ମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ସମ୍ୱର୍ଦ୍ଧନା ସଭା ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ୧୯୭୦ ବ୍ୟାଚ ଛାତ୍ରମାନଙ୍କ ଦ୍ଵାରା ଆୟୋଜିତ ଏହି ସମାରୋହରେ ନିମନ୍ତ୍ରିତ ଅତିଥି ଭାବେ ପୁରାତନ ଶିକ୍ଷକ ଧର୍ମ ସିଂ ମିଶ୍ର, ଭୋଲାନାଥ ମିଶ୍ର, ବୃନ୍ଦାବନ ପଣ୍ଡା, ଧୃବଚରଣ ଅଗ୍ରୱାଲ, ବିଭୂତି ଭୂଷଣ ସାହାଣୀ ତଥା ବର୍ତ୍ତମାନର ପ୍ରଧାନ ଶିକ୍ଷକ ଉଦ୍ଧବ ଚରଣ ପଟେଲ ଯୋଗଦେଇଥିଲେ । ପ୍ରାରମ୍ଭରେ ଦ୍ୱୀପ ପ୍ରଜ୍ୱଳନ ସମେତ ସରସ୍ଵତୀ ବନ୍ଦନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ତ୍ତିକ ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ନାଥୁଲାଲ ପଧାନ ଅତିଥି ପରିଚୟ ସମେତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବଦ୍ରି ଅଗ୍ରୱାଲ, କାର୍ତ୍ତିକ ବେହେରା, ପ୍ରୀତି ରାଏ ପ୍ରମୁଖ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପୂଜନ କରିଥିଲେ । ଏହି ଅବସରରେ ଉଭୟ ପୁରାତନ ଛାତ୍ର ତଥା ଶିକ୍ଷକ ମାନେ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ । ଦୀର୍ଘ ୫୫ ବର୍ଷ ପରେ ପରିଣତ ବୟସରେ ଉଭୟ ଗୁରୁ ଶିଷ୍ୟଙ୍କ ମିଳନ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ପରିଶେଷରେ ଦୁର୍ବାସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.