ବରଗଡ ଜିଲ୍ଲାର ଓଡ଼ିଆ ଭାଇ ଭଉଣୀ ବମ୍ବେରେ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୁଅ, ଝିଅ (ଭାଇ ଭଉଣୀ) ଦ୍ୱୟ ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ଓଡିଶା ମାଟିର ନାଁ ରଖିଥିବା ଜଣାପଡିଛି । ଅନ୍ତର୍ଜାତୀୟ ସଟୋକାନ କରାଟେ ପ୍ରତିଷ୍ଠାନ ଆଇଏସ୍‌କେଓ ଦ୍ୱାରା ମହାରାଷ୍ଟ୍ର ମୁମ୍ବାଇରେ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ଯାଏଁ ବାଳକ, ବାଳିକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦୦ଜଣ ବାଳକ ବାଳିକା ଭାଗ ନେଇଥିଲେ । ମୁମ୍ବାଇ, ପୁନେରେ ବରଗଡ ଜିଲ୍ଲା, ସୋହେଲା ବ୍ଲକ ଶ୍ରୀଗୀଡା ଗ୍ରାମର ଇଂଜିନିଅର ଶ୍ରଦ୍ଧାକର ସାହୁଙ୍କ ପୁଅ ଭୂପିନ୍ଦ୍ର ସାହୁ (୧୨) କୁମିଟେ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ଓ କାଟା ପ୍ରତିଯୋଗିତାରେ ରୌପ୍ୟ ପଦକ ଆଣିଥିବା ବେଳେ ତାଙ୍କର ଭଉଣୀ ଦିବ୍ୟାସିଂ ସାହୁ (୫) କାଟା ପ୍ରତିଯୋଗିତାରେ ସ୍ଵର୍ଣ୍ଣ ଓ କୁମିଟେ ପ୍ରତିଯୋଗିତା ସର୍ବ ଭାରତୀୟ ସ୍ତରରେ ରୌପ୍ୟ ପଦକ ଆଣି ଓଡିଶା ମାଟିର ନାମ ରଖିଛନ୍ତି । ଭାଇ ଭଉଣୀ ଦ୍ୱୟ ଅନ୍ତରାଷ୍ଟ୍ରୀୟ ମାର୍ସଲ ଆର୍ଟସ ଅନୁଷ୍ଠାନର ନିଶା ଗୁପ୍ତାଙ୍କ ତତ୍ୱ।ବଧାନରେ କିଛି ବର୍ଷ ହେଲା ଶିକ୍ଷା ଲାଭ କରୁଛନ୍ତି । ଏଥିସହ ଭାଇ, ଭଉଣୀ ଦ୍ୱୟ ଅନେକ ପ୍ରତିଯୋଗିତାରେ ବହୁତ ସ୍ଥାନରେ ପୁରସ୍କାର ପାଇ ବାପା ଶ୍ରଦ୍ଧାକର ସାହୁ ଓ ମାତା ପଦ୍ମାବତୀ ସାହୁଙ୍କ ନାମ ରଖିଛନ୍ତି ।

Leave A Reply

Your email address will not be published.