ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହୀଶୂରଠାରେ ଆୟୋଜିତ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବୋହୂ ଇପାରି ସ୍ୱାତୀ ପୁରସ୍କୃତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବ୍ରହ୍ମପୁରର ମହିଳା ଇପାରି ସ୍ୱାତୀ ଭାରତ ଆଇକୋନିକ ଆୱାର୍ଡ଼ରେ ସମ୍ମାନୀତ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମର ପ୍ରେମ ନଗର ପ୍ରଥମ ଲାଇନ ନିବାସୀ ଇପାରୀ ଶ୍ରୀକାନ୍ତଙ୍କ ଧର୍ମପତ୍ନୀ ସ୍ୱାତୀ ଏପରି ସମ୍ମାନ ପାଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ ଜଣ ମହିଳା ଭାଗ ନେଇଥିବା ବେଳେ ସ୍ୱାତୀ ଓଡିଶାରୁ ଜଣେ ହିଁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ଏହି ସମ୍ମାନ ପାଇଛନ୍ତି । ମହିଶୂରର ରିଜେଣ୍ଡ ନାମକ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆଇକନ୍ ଅଫ ବିଉଟି ଟ୍ରାଫରମେସନ ତରଫରୁ ଏପରି ଭାରତ ଆଇ କନ୍ ଆୱାର୍ଡ଼ ୨୦୨୫ସ୍ୱାତୀଙ୍କୁ ପ୍ରଦାନ କରାଯାଇଛି । ତାଙ୍କୁ ଏକ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ସ୍ୱାତୀଙ୍କୁ ଭୁବନେଶ୍ୱରଠାରେ ଥିବା ନ୍ୟୁ-ମାରୀୟାନ ହୋଟେଲ୍ ସମ୍ମିଳନୀ କକ୍ଷରେ ଓଡିଶା କର୍ପୋରେଟ ଫାଉଣ୍ଡେସନ ତଥା ଓସିଏଫ ତରଫରୁ ମଧ୍ୟ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନ ମିଳିଥିଲ । ପ୍ରକାଶ ଥାଉକି, ସ୍ୱାତୀ ଭୁବନେଶ୍ବରଠାରେ କୀଟ୍ ରେ ଆଇଟି ଶିକ୍ଷା ଶେଷ କରିବା ପରେ ମୁମ୍ବାଇଠାରେ ଏକ କମ୍ପାନୀରେ ତିନି ବର୍ଷ କାମ କରିଥିଲେ । ପରେ ସେ ଚାକିରୀ ଛାଡ଼ି ବ୍ରହ୍ମପୁରଠାରେ ନିଜର ଫ୍ୟାସନକ ସଲୋନ ସହ ଇପାରି ଜୁଏଲରର ଦାୟିତ୍ଵ ଗ୍ରହଣ କରି ତାଙ୍କର ପାରିବାରିକ ବ୍ୟବସାୟ ବୃଦ୍ଧି କରିବାରେ ସହଯୋଗ କରି ଆସୁଛନ୍ତି ବୋଲି କୁହାଯାଏ ।