jayashree

୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବରେ ଆଇ.ଆର୍.ଇ.ଏଲ୍. ନାଟକ ପାଇଁ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ଅବସରରେ ଛତ୍ରପୁର ଠାରେ ଅବସ୍ଥାପିତ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କୃତ ହୋଇଛି । ଜାତୀୟ ଖଣି ସୁରକ୍ଷା ସପ୍ତାହ ପାଳନ ସମାରୋହ ଅବସରରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଖଣି ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିଲା । ଡିଜିଏମ୍ଏସ୍ ଭୁବନେଶ୍ୱରର ଏଜିସ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଡ୍ରାମା ଅବା ନାଟକ ମଞ୍ଚସ୍ଥରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଜସଜ୍ଜାରେ, ଷ୍ଟଲ୍ ପ୍ରଦର୍ଶନୀରେ, ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତାରେ, ସୌନ୍ଦର୍ଯ୍ୟକରଣରେ ନିରୀକ୍ଷଣତା ଭିତ୍ତିରେ ମଧ୍ୟ ପ୍ରତିଷ୍ଠାନ ଏ- ୨ ଗ୍ରୁପ୍ ଯୋଡ଼ା ଟାଟା ଷ୍ଟିଲ୍ ସୌଜନ୍ୟରେ ମାନପତ୍ର ସହ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଆଇ.ଆର୍.ଇ.ଏଲ୍. ଖଣି ବିଭାଗ ମୁଖ୍ୟ ଅଜିତ କୁମାର ମହନ୍ତ, ଡିଜିଏମ୍‌ ଏ. କେ. ତ୍ରିପାଠୀ ମଞ୍ଚରେ ସମ୍ମାନିତ ହୋଇଥିଲେ । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ମୁଖ୍ୟ ସି.ଭି.ଆର୍‌. ମୂର୍ତ୍ତୀ, ଜି.କେ. ନାୟକଙ୍କ ଭଳି ଉକ୍ତ ପ୍ରତିଷ୍ଠାନ ପ୍ରଶଂସାର ପାତ୍ର ହୋଇଛନ୍ତି । ସୂଚନା ଯୋଗ୍ୟ ଯେ’ ଦୈତାରୀ ସେଠୀଙ୍କ ଲିଖିତ ଏବଂ ତାଙ୍କରି ଉଦ୍ୟମରେ ସଫଳ ରୂପାୟନ ସହ ଏକ ଅନନ୍ୟ ସମ୍ଭବ ହୋଇପାରିଥିବା ନାଟକ ଟିର ଯାହା ତାଙ୍କରି ନିର୍ଦ୍ଦେଶନାରେ ମଞ୍ଚସ୍ଥ “ଟିକେ ଭୁଲ୍ ପାଇଁ” ନାଟକଟି ରାଜ୍ୟସ୍ତରରେ ଆୟୋଜିତ ସମାରୋହରେ ପୁରସ୍କୃତ ହୋଇପାରିଛି । ଏଥିପାଇଁ ଛତ୍ରପୁର ଠାରେ ଅବସ୍ଥିତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ଭବନରେ ଏବେ ଆନନ୍ଦର ଲହରୀ ଖେଳିଯାଇଛି । କର୍ମଚାରୀ ଓ ଅଫିସର୍, ଯନ୍ତ୍ରୀଙ୍କ ମୁହଁରେ ହସ ଫୁଟିଛି । ନାଟକଟି ପାଇଁ ଶ୍ରୀମାନ୍ ଦୈତାରୀ ସେଠୀ ଙ୍କୁ ଶ୍ରେୟତା ମିଳିଛି । ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀମାନ୍ ଦୈତାରୀ ସେଠୀ ନିଜେ କହିଛନ୍ତି ଯେ’ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ଭବନର ଏହି ଉଦ୍ୟମ, ସୌଜନ୍ୟତା ଏବଂ ସୁଯୋଗ ପ୍ରଦାନ ହେତୁ ତାଙ୍କୁ ଏବଂ ବିଭାଗୀୟ ମୁଖ୍ୟ ସିଭିଆର୍‌ ମୂର୍ତ୍ତି ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.