ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ ସଫଳତା ହାସଲ କରିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ବିଭିନ୍ନ ସ୍କୁଲ୍ ପକ୍ଷରୁ ପ୍ୟାରେଡ ପ୍ରଦର୍ଶନ ହୋଇଥିଲା । ଏହି ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନରେ ସିନିୟର୍ ସିଭିଲିୟାନ୍‌ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ମୁଖ୍ୟଅତିଥି ମାନ୍ୟବର ପୂର୍ତ୍ତ, ଅବକାରୀ ଓ ଆଇନ୍ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିବା ନେଇ ସ୍କୁଲ୍ ମୁଖ୍ୟ କର୍ତ୍ତୃପକ୍ଷ ତଥା ଚେୟାରମ୍ୟାନ୍ ବୀରସେନ୍ ବେହେରା ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.