କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ କଲମପୁର ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ +୩ ମହାବିଦ୍ୟାଳୟରେ ଏକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ମୁଖ୍ୟ ଅତିଥୀ, ଅଧ୍ୟାପକ ତଥା ଯୁବ ରେଡ଼କ୍ରସ କାଉନସିଲର ରାଜେନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅଧ୍ୟାପିକା ପୂଣ୍ୟତୋୟା ପାଢ଼ୀ, ଅଧ୍ୟାପକ ବାବୁଲା ସାହୁ, ମହେନ୍ଦ୍ର ପଣ୍ଡା ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଏଡ୍ସର ଭୟାବହତା ଓ ସଚେତନତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିରରେ ଯୋଗ ଦେଇଥିବା ଛାତ୍ରୀ ବନିତା ନାଏକ ତାଙ୍କ ଅନୁଭୂତି ପ୍ରକାଶ କରିଥିଲେ । ଏହି ଅବସରରେ ଏଡ୍ସ ଉପରେ ଆଧାରିତ ବକ୍ତୃତା ଓ ରଚନା ପ୍ରତିଯଯୋଗିତାରେ କୃତି ଛାତ୍ରଛାତ୍ରୀ ଏବଂ ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ଶିବିରରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଧରଣୀଧର ପୁଝାରି ଧନ୍ୟବାଦ ଅର୍ପଣ କରିଥିଲେ ।