ସସ୍ମିତାରାଣୀ ମିଶ୍ର ପାଇଲେ ଶ୍ରେଷ୍ଠ ରାଜ୍ୟ ଶିକ୍ଷକ ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପତିତପାବନ ଏକାଡେମୀ ବଲାଙ୍ଗିରରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ର ଚଳିତ ଥର ରାଜ୍ୟର ଶ୍ରେଷ୍ଠ ଶାରିରୀକ ଶିକ୍ଷା ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତ । ଓଡିଶା ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ରଙ୍କ ଅଦମ୍ୟ ଉଦ୍ୟମ ତଥା ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡା ବିଭାଗରେ ୮ ଜଣ ଛାତ୍ର ଜାତୀୟ ସ୍ତରକୁ ଏବଂ ୧୬ଜଣ ଛାତ୍ରଙ୍କୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଯାଇପାରିଛନ୍ତ । ତାଙ୍କର ଏହି କୃତି ଏବଂ କୀର୍ତ୍ତି ପାଇଁ ଅନେକ ସ୍ତରରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛ ।

Leave A Reply

Your email address will not be published.