ପାଇକମାଲ ହାଇସ୍କୁଲର ୪ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବରଗଡ଼ ଡିଇଓ ବିଶ୍ଵନାଥ ସାହୁ, ଏଡିଇଓ ବିନୟ ପ୍ରକାଶ ସଏ, ଡାଏଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ୍‌, ଡି.ଏସ୍‌.ଏସ୍‌ ଧିରୋଜ୍ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ କଳା ଶିକ୍ଷକ ସୁଦାମ ପାଣ୍ଡେ ଓ ଗଣିତ ଶିକ୍ଷକ ଲଳିତ କୁମାର ବିଶ୍ଵାଳ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିକ୍ଷା ସଚିବ ଶଲିନି ପଣ୍ଡିତଙ୍କ ଉପସ୍ଥିତିରେ କଳା ଶିକ୍ଷକ ରଜତ କୁମାର ସାହୁ ଓ ଖେଳ ଶିକ୍ଷକ ଅମିତ ସାହୁ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି । ୪ଜଣଙ୍କ କୃତିତ୍ୱରେ ପରିଚାଳନା ସଦସ୍ୟ ସଦସ୍ୟା ଓ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି । ଗତ ବର୍ଷ ମଧ୍ୟ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ତ୍ରିଲୋଚନ ନାଏକ, ଲଳିତ କୁମାର ବିଶ୍ଵାଳ ଏହି ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଥିଲେ । ସେହିପରି ବିଦ୍ୟାଳୟ ମଧ୍ୟ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର ସହ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନ ମଧ୍ୟ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.