ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ (ଡିସେମ୍ବର ୨୬) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ କୃତିତ୍ୱ ଲାଗି ସାତଟି ବିଭାଗରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ପୁରସ୍କୃତ ହୋଇଥିବା ବାଳକ ଓ ବାଳିକାଙ୍କୁ ଅଭିବାଦନ ଜଣାଇଛନ୍ତି । ସେମାନଙ୍କ ଲାଗି ଉଭୟ ଦେଶ ଓ ସମାଜ ଗର୍ବ ଅନୁଭବ କରେ ବୋଲି ରାଷ୍ଟ୍ରପତି କହିଛନ୍ତି । ପୁରସ୍କୃତ ହୋଇଥିବା ପିଲାମାନେ ଅଭୂତପୂର୍ବ କାମ କରି ଅସାମାନ୍ୟ ଗୁଣାବଳୀର ଅଧିକାରୀ ହୋଇଥିବା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି । ଦେଶର ବାକି ପିଲାମାନଙ୍କ ଲାଗି ସେମାନେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି । ପିଲାମାନଙ୍କର କ୍ଷମତାକୁ ଚିହ୍ନି ସେଭଳି ସୁଯୋଗ ସୃଷ୍ଟି କରିବା ଆମ ପରମ୍ପରାର ଏକ ଅଂଶ ବିଶେଷ । ଏହି ପରମ୍ପରାକୁ ଆଗାମୀ ଦିନରେ ବଜାୟ ରଖିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି । ୨୦୪୭ରେ ଯେବେ ଆମ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳେ ପୁରସ୍କୃତ ହୋଇଥିବା ଏହି ପିଲାମାନେ ବଡ ହୋଇ ନାଗରିକତ୍ୱ ପାଇସାରିଥିବେ ବୋଲି ସେ କହିଛନ୍ତି । ବିକଶିତ ଭାରତବର୍ଷର ନିର୍ମାତା ଭାବେ ପୁରସ୍କୃତ ହୋଇଥିବା ଏହି ବାଳକ ଓ ବାଳିକାମାନେ କାମ କରିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି ।
Prev Post