ନୂଆଦିଲ୍ଲୀ, (ପିଆଇବି) : କୁଏତର ଅମିର ମହାମହିମ ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର ଅଫ୍ ମୁବାରକ ଅଲ-କବୀର’ ପ୍ରଦାନ କରି ସମ୍ମାନିତ କରିଛନ୍ତି । କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାରକୁ ଭାରତ ଏବଂ କୁଏତ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବନ୍ଧୁତ୍ୱ, କୁଏତରେ ପ୍ରବାସୀ ଭାରତୀୟ ଏବଂ ଭାରତର ୧୪୦ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି । ୪୩ ବର୍ଷ ପରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଗସ୍ତରେ ଏହି ପୁରସ୍କାର ପ୍ରଦାନ କରାଯିବା ଏହି ଅବସରକୁ ଆହୁରି ସ୍ୱତନ୍ତ୍ର କରିଥାଏ । ଏହି ପୁରସ୍କାର ୧୯୭୪ରେ ସ୍ଥାପିତ ହୋଇଥିଲା ଏବଂ ସେବେଠାରୁ ବିଶ୍ୱର ହାତଗଣତି କିଛି ନେତାଙ୍କୁ ଏଥିରେ ସମ୍ମାନିତ କରାଯାଇଛି ।
Next Post