ବରଗଡ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଲା ଏକାଡେମିକ୍ ଉତ୍କର୍ଷ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ବରଗଡ ଜିଲ୍ଲାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଛି ଏକାଡେମୀକ ଉତ୍କର୍ଷ ପୁରସ୍କାର । ନବୋଦୟ ବିଦ୍ୟାଳୟ ସମିତି, ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଅଧ୍ୟକ୍ଷ କର୍ମଶାଳାରେ ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କୁ ୨୦୨୩ -୨୦୨୪ ବର୍ଷର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳର ଉତ୍ତମ ପ୍ରଦର୍ଶନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ଓ ଦଶମ ଶ୍ରେଣୀ ପରୀକ୍ଷାରେ ପାଇକମାଲ ନବୋଦୟ ବିଦ୍ୟାଳୟରେ ପାସହାର ଶତ ପ୍ରତିଶତ ସହିତ ପ୍ରଥମ ସ୍ଥାନ ମଧ୍ୟ ଶତ ପ୍ରତିଶତ ରହିଥିଲା ତାସାଙ୍ଗକୁ ୯୮.୨୦ ପ୍ରତିଶତ ମାର୍କ ରଖି ଜଣେ ବିଦ୍ୟାର୍ଥୀ ବିଦ୍ୟାଳୟର ଟପ୍ପର ହେବା ସହିତ ୯୭.୮୦ ପ୍ରତିଶତ ନମ୍ବର ରଖି ତିନିଜଣ ବିଦ୍ୟାର୍ଥୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ତାସହିତ ବିଦ୍ୟାଳୟର ସାମୁହିକ ପ୍ରତିଶତ (କ୍ଲାସ ଏଭରେଜ) ୮୯.୮୦ ଥିଲା ଏବଂ ସମୁଦାୟ ୮୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ ଜଣ ନବେ ପ୍ରତିଶତରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ । ଯାହା ଏକ ବିରଳ ରେକର୍ଡ଼ ସାଙ୍ଗକୁ ନବୋଦୟ ବିଦ୍ୟାଳୟର ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା, ଏହା ଥିଲା ବରଗଡ ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହି ସମ୍ବର୍ଦ୍ଧନା ଉତ୍ସବରେ ନବୋଦୟ ବିଦ୍ୟାଳୟ ସମୂହର ଯୁଗ୍ମ କମିଶନର (ଏକାଡେ଼ମିକ) ଜ୍ଞାନେନ୍ଦ୍ର କୁମାର, ଭୋପାଳ କ୍ଷେତ୍ରୀୟ ମଣ୍ଡଳର ଡେପୁଟି କମିଶନର ମ୍ରିଦୁଲା ତ୍ରିପାଠୀ ତଥା ସହ କମିସନର ମାନେ ଉପସ୍ଥିତ ରହି ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ପଟେ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଉଦ୍ୟମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପରିଶ୍ରମ ବିଦ୍ୟାଳୟର ଚେୟାରମ୍ୟାନ ଆଦିତ୍ୟ ଗୋଏଲ ତଥା ଭୋପାଳ କ୍ଷେତ୍ରୀୟ ମଣ୍ଡଳର ସମସ୍ତ ଅଧିକାରୀ ମାନଙ୍କର ମାର୍ଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପାଇକମାଳ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.