‘ଗୋପାଳ ରତ୍ନ’ ପୁରସ୍କାରରେ ପୁରସ୍କୃତ ହେଲେ ବଲାଙ୍ଗିରର ଗୋପାଳ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଦୁଗ୍ଧ ଦିବସରେ ‘ଗୋପାଳ ରତ୍ନ’ରେ ପୁରସ୍କୃତ ହେଲେ ବଲାଙ୍ଗିରର ଗୋପାଳ ରଣା । ସେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ମାନପତ୍ର ଓ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି । ଗୋପାଳ ରାଣାଙ୍କ ଘର ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ବଡବନ୍ଧ ଗାଁରେ । ସେ ପିଲା ଦିନରୁ ଗୋ’ ସେବା କରି ଆସୁଛନ୍ତି । ଗତ କିଛି ବର୍ଷ ହେବ ସେ ବିଫ୍‌ ନାମକ ଏକ ସଂସ୍ଥାରେ କାମ କରୁଛନ୍ତି । ଗାଁ ଗାଁକୁ ବୁଲି ଗାଈମାନଙ୍କର କୃତିମ ପ୍ରଜନନର ବ୍ୟବସ୍ଥା କରାଉଛନ୍ତି । ଯାହା ଫଳରେ ଶହ ଶହ ଗୋ’ଚାଷୀ ଲାଭବାନ ହୋଇପାରୁଛନ୍ତି । ସେଥିପାଇଁ କେନ୍ଦ୍ର ଏଏଚଡି ବିଭାଗ ତାଙ୍କୁ ‘ଗୋପାଳ ରତ୍ନ’ ଆୱାର୍ଡ ପ୍ରଦାନ ପାଇଁ ମନୋନୀତ କରିଥିଲେ । ଜାତୀୟ ଦୁଗ୍ଧ ଦିବସ ଅବସରରେ ବେଙ୍ଗାଲୁରୁଠାରେ କେନ୍ଦ୍ର ସରକାରଙ୍କ ଏଏଚଡି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୋପାଳ ରାଣାଙ୍କୁ ‘ଗୋପାଳ ରତ୍ନ’ ଆୱାର୍ଡ ପ୍ରଦାନ କରାଯାଇଛି । ଏଥିରେ କେନ୍ଦ୍ର ଏଏଡି ମନ୍ତ୍ରୀ ସଂଜୀତ କୁମାର ବାଲିଅନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଗୋପାଳ ରଣା ଏହି ଆୱାର୍ଡ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

Leave A Reply

Your email address will not be published.