oom

ମେକ୍‌ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ କାଲିମେଳାର ମହିଳା ପୁରସ୍କୃତ

jsmm

ମାଲକାନଗିରି : ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବେନେଶ୍ୱର ଜନତା ମୈଦାନ ଠାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ ମହିଳା ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ଉପସ୍ଥିତ ରହି ବିଭିନ୍ନ ଜିଲ୍ଲାର ମହିଳା ଉଦ୍ୟାଗୀମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ମନୋନୀତ ହୋଇଥିବା କାଲିମେଳା ବ୍ଲକ ମିଶନ ଶକ୍ତି ଅଧୀନରେ ଥିବା ଶ୍ରୀକ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଏହି କାର୍ଯ୍ୟକ୍ରମରେ କାଲିମେଳା ଶ୍ରୀ କ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପୂର୍ଣ୍ଣିମା ରାଣୀ ସେଠୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ କମିଶନରଙ୍କ ଠାରୁ ପୁରସ୍କାର ସହ ମାନ ପତ୍ର ଗ୍ରହଣ କରିଛନ୍ତି ।

jittmm
Leave A Reply

Your email address will not be published.