ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ୱବ୍ୟାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ୟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ପ୍ରଥମ ପର୍ଯ୍ୟାୟରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାରର ମାନପତ୍ର ପ୍ରଦାନ କରିଛନ୍ତି ଓ ପୁରସ୍କାର ଅର୍ଥରାଶି ୫୦୦୦ ଟଂକା ସେମାନଙ୍କ ବ୍ୟାଙ୍କ୍ ଏକାଉଣ୍ଟକୁ ଦିଆଯାଇଛି । ଶ୍ରୀ ଭୋଇ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଦୁଇ ଏବିଇଓ ରାମସିଂହ ଭୋଇ ଓ ଶିବପ୍ରସାଦ ଯୋଶୀଙ୍କ ସହ ଟାଉନ୍ ହାଇସ୍କୁଲ୍, ପଦ୍ମପୁରର ସୁମିତ ପଟେଲ, ଚିଙ୍କୁ ନାଏକ ଏବଂ ଘନାମାଲ ହାଇସ୍କୁଲର ମଳୟ ବେହେରା, ଶୁଭଶ୍ରୀ ମିଶ୍ର ଓ କେଶନ ବାରିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଗ୍ରହଣ କରି ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉତ୍ସାହିତ ହୋଇଛନ୍ତି ବୋଲି ମତ ରଖିଥିଲେ ।

Leave A Reply

Your email address will not be published.