oom

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଗାନ୍ଧୀବାଦୀ ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ବିଧାୟକ, ଆଇନଜୀବୀ ସର୍ବୋପରି ଶ୍ରମିକନେତା ସ୍ୱର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୪ତମ ତିରୋଧାନ ଦିବସରେ ଧନଞ୍ଜୟ ମହାନ୍ତି ସ୍ମୃତି ଟ୍ରଷ୍ଟ ପକ୍ଷରୁ ସିଭିଲ ଟାଉନସିପ ସ୍ମୃତି ଉଦ୍ୟାନରେ ତାଙ୍କ ସ୍ମୃତି ଚାରଣ କରାଯାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ନରେନ୍ଦ୍ର ବଳଙ୍କ ସଂଯୋଜନାରେ ଅନୁଷ୍ଠାନର ସମ୍ପାଦିକା ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ, ସମାଜସେବୀ ସୁନିଲ କାୟଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବରିଷ୍ଠ ଆଇନଜୀବୀ ସୁଦାମ ଚନ୍ଦ୍ର ଦାଶ, ରାଜନେତା ବିରେନ ସେନାପତି, ଗଗନ ପଣ୍ଡା, ଛବି ମହାନ୍ତି ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମ୍ୟାନେଜିଂଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ମହିଳା, ସାମାଜିକ ତଥା ସମାଜସେବୀ ମାନେ ଉପସ୍ଥିତ ଥିଲେ । ଟ୍ରଷ୍ଟର ଚନ୍ଦ୍ରଶେଖର ପାଢ଼ୀ, ବାସୁଦେବ ବାନାର୍ଜୀ, କୀର୍ତ୍ତନ ଦାସ, ବିନୋଦ ରାଉତ, ବାନାମ୍ବର ମହାନ୍ତି, ୱାଇ ହେମଲତା, ଭାରତୀ ବାହାରି, ପଙ୍କଜିନୀ, ପ୍ରମୋଦ ସାହୁ, ରାଜୀବ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.