oom

ସାଲିସ ବିହୀନ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟତିଥି

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ସାଲିସ ବିହୀନ ସାମ୍ବାଦିକ ସ୍ୱର୍ଗତ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟତିଥି ସ୍ମୃତିସଭା ଭବାନୀପାଟଣା ଅମଲା ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟ ଅତିଥି, ବିଧାୟକ ଦିବ୍ୟଶଙ୍କର ମିଶ୍ର ସ୍ୱତନ୍ତ୍ର ଅତିଥୀ ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ମନୋରଞ୍ଜନ ଯୋଷୀ, ପୁରୁଷୋତ୍ତମ ଠାକୁର, ଭାରତ ଭୂଷଣ ଠାକୁର, ଡ଼. ଉମେଶ ଚନ୍ଦ୍ର ଶତପଥୀ, ଅଜୟ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ଅସଲମଙ୍କ ସ୍ମୃତିଚାରଣ କରିଥିଲେ । ଭର୍ଚୁଆଲରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ମାନେ ସ୍ମୃତିସଭାରେ ସାମିଲ ହୋଇ ସ୍ୱର୍ଗତ ମହମ୍ମଦ ଅସଲାମଙ୍କ ସ୍ମୃତିଚରଣ କରିଥିଲେ । ଗଣମାଧ୍ୟମର ଭୂମିକା’ ପ୍ରସଙ୍ଗରେ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତୀୟ ପୁରୁଷ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡିର ଉଦୟମାନ ଯୁବ ପ୍ରତିଭା ଆକାଶ ମୁଣ୍ଡ, ସାମ୍ବାଦିକତା କ୍ଷେତ୍ରରେ ଉଦୀୟମାନ ଯୁବସାମ୍ବାଦିକ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଲକ୍ଷ୍ମୀକାନ୍ତ ବାଗ ଏବଂ ସେବା କ୍ଷେତ୍ରରେ ଭବାନୀପାଟଣା ପୌର ପାଳିକାରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ ସ୍ମୃତିସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.