ପୁଣି ଜୀବନ ନେଲା ହାଇୱା : ବଲାଙ୍ଗିର ଶାସ୍ତ୍ରୀନଗର ମୁଖ୍ୟରାସ୍ତାରେ ବାଇକ୍‌ ଆରୋହୀଙ୍କୁ ଦଳିଦେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟରାସ୍ତା ଶାସ୍ତ୍ରୀନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଜଣେ ବାଇକ୍‌ ଆରୋହୀଙ୍କୁ ଏକ ହାଇୱା ଗାଡ଼ି ଦଳି ଦେଇଥିବା ଦେଖିବାକୁ ମିଳିଛି । ତେବେ ବାଇକ୍‌ ଆରୋହୀ ଜଣକ କିଏ ଓ କେମିତି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Leave A Reply

Your email address will not be published.