୯୨୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହିରୋ ସୋରୁମ୍‌ ନିକଟରୁ ପଶ୍ଚିମବଙ୍ଗର ମାଲବାହୀ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି । ତେବେ ଜବତ ଗଞ୍ଜେଇକୁ ସ୍ଥାନୀୟ ରିଜର୍ଭ ବ୍ୟାରେକ୍‌କୁ ଆଣି ଅଧିକ ତଦନ୍ତ ଚଳାଇଛି ବଲାଙ୍ଗିର ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇ ୯୨୦ କେଜି ହେବ ବୋଲି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଓ ଏସ୍‌ଡିପିଓ ତୋଫାନ୍‌ ବାଗଙ୍କ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!