୩୭ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

ବାଲିଗୁଡ଼ା, (ସଞ୍ଜୟକୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ଓ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସଙ୍କ ଆବାହକତ୍ୱରେ ଏକ ଅନୁକୂଳ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ମା’ ପାଟଖଣ୍ଡା ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଏବଂ ଶ୍ରୀ ଶ୍ରୀ ମା’ ଦକ୍ଷିଣକାଳୀଙ୍କ ଆଶୀର୍ବାଦ ଆଜ୍ଞା କାମନା କରି ଶୁଭାରମ୍ଭ କରାଯାଇଥିଲା । ଏଥିରେ ସମିତିର ସମସ୍ତ ସଦସ୍ୟ ବିଭିନ୍ନ ବିଭାଗରେ ମୁଖ୍ୟ ଭାବେ ଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରାଯାଇଥିଲା ।

Leave A Reply

Your email address will not be published.