oom

ମୁରିବାହାଲକୁ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବାବାଧାମର ମନ୍ଦିର ପୂଜକ ପ୍ୟାରେଲାଲ ମିଶ୍ରଙ୍କ ପଦାର୍ପଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାକୁ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବାବାଧାମ ମନ୍ଦିରର ପୂଜକ ପ୍ୟାରେଲାଲ ମିଶ୍ର ଗୁରୁବାର ପଦାର୍ପଣ କରିଥିଲେ । ତାଙ୍କୁ ମହିଳାମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ୍ୟ ପରିବେଷଣ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ରାଧାକୃଷ୍ଣ ଓ ଶିବ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ମୁରିବାହାଲ ରାମେଶ୍ୱର ବାବା ବୋଲବମ କମିଟି ସଭାପତି ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ଦିବ୍ୟସୁନ୍ଦର ସାହୁ, କରନ ଜାଲ, ସମ୍ପାଦକ ଉଦିତ କୁମାର କଟା, ଉପସଭାପତି ସୁଦାମ ସାହୁ, କମିଟିର ସଦସ୍ୟ ଲିଲାଧର ଶର୍ମା, ବାବୁଲାଲ କେତକୀ, ଯଦୁ ସାହୁ, ବିରଞ୍ଚି ଭୋଇ, ଲିକୁନ ସାହୁ, ରୋହନ ଜାଲ, ଚିନ୍ମୟ ଖର୍ସେଲ, ହିମାଂଶୁ ହେର୍ଣ୍ଣା, ନେତ୍ରା ମାଝି, ଜନକ ଖର୍ସେଲ, ପିଙ୍କୁ ହାତୀ, ରଞ୍ଜିତ ଆଚାରି, ନୀତେଶ ସାହୁ ଓ ରାଧାକୃଷ୍ଣ ସଙ୍କୀର୍ତ୍ତନ୍ୟ ମଣ୍ଡଳୀର ସମସ୍ତ ମାତୃ ମଣ୍ଡଳୀ, ବାୟକ ଶ୍ରୀ ଡ଼ାଙ୍ଗ ସହଯୋଗ କରିଥିଲେ । ଏଥିରେ ରାଧାକୃଷ୍ଣ ଓ ଶିବମନ୍ଦିର ପରିଚାଳନା କମିଟିର ସଭାପତି ରାଜୀବ କୁମାର ମହାନ୍ତି, ଉପସଭାପତି ଭୀଷ୍ମରାଜ ମେହେର, ସୁଧୀର ପାଣି, ତରୁଣ ପୋଢ଼, ଭରତ ଦାସ, କୁନ୍ତ ପୋଢ଼, ହିମାଂଶୁ ଜାଲ, ବିଜୟଲାଲ ଦୀପ, ରାମଚନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.