ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ରାମାୟଣାମ୍ମା ମନ୍ଦିର ପୂଜା କମିଟୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ରାମାୟଣାମ୍ମା ମନ୍ଦିର କମିଟୀର ବୈଠକ ସଭାପତି ଭି. ତ୍ରିନାଥ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ଦେବୀଙ୍କ ଦୂର୍ଗା ନବରାତ୍ର ପୂଜା ନେଇ ବିସୃତ ଆଲୋଚନା ହୋଇଥିଲା । ୨୦୨୪ ମାଁ ରାମାୟଣାମ୍ମାଙ୍କ ଯାତ୍ରାର ରିପୋର୍ଟ ମ୍ୟାନେଜର ସିଏଚ. ଦୟାନନ୍ଦ ରେଡୀ, ଆସିଷ୍ଟାଂଟ ମ୍ୟାନେଜର ଏମ. ସମରେନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ପି. ରାଜୁ ଓ ତାଙ୍କ ଟିମ୍ ଉପସ୍ଥାପନ କରିଥିଲେ । ଯାତ୍ରା ସମାପନ ପରେ ବଳକା ହୋଇଥିବା ୨ ଲକ୍ଷ ୩୧ ହଜାର ଟଙ୍କାକୁ ମନ୍ଦିର କମିଟି ସଭାପତିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହା ମନ୍ଦିରର ଉନ୍ନତିରେ ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ନୀଳକଂଠେଶ୍ୱର ମନ୍ଦିରର ଉନ୍ନତି ପାଇଁ ଯାତ୍ରା କମିଟି ପକ୍ଷରୁ ୧୧ ହଜାର ୧ ଟଙ୍କା ଉକ୍ତ ମନ୍ଦିର କମିଟିର ସଭାପତି ତଥା କାଉନସିଲର ଭି. ରମେଶଙ୍କୁ ହସ୍ତାନ୍ତର କରାଯାଇଥିଲା । ଯାତ୍ରାର ସଫଳ ରୂପାୟନ ଲାଗି ମନ୍ଦିର କମିଟି ପକ୍ଷରୁ ଯାତ୍ରା କମିଟିର କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମନ୍ଦିର କମିଟିର ସମ୍ପାଦକ ବି. ଶ୍ରୀନିବାସ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ. ପ୍ରଭାକର ରାଓ,ଏସ. ଦାଲେୟା ରେଡ୍ଡୀ, ସିଏଚ. ପୂର୍ଣ୍ଣ କୁମାର, କେ. ଚନ୍ଦ୍ରଶେଖର ରେଡ୍ଡୀ, କୁନି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.