ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ଆସନ୍ତା ୧୯ ତାରିଖରୁ ୨୭ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଦେବୀଙ୍କର ପ୍ରତିଦିନ ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହେବ । ଗୁରୁବାର ଦିନ କଳସ ସ୍ଥାପନ, ନବ ଦିନାତ୍ମକ ଅଖଣ୍ଡ ଦୀପ ପ୍ରଜ୍ୱଳନ ପ୍ରତିପଦ ବହିତ ଶୈଳପୁତ୍ରୀ ଦେବୀ ପୂଜା, ଶୁକ୍ରବାର ଦିନ ଦ୍ୱିତୀୟା ବିହିତ ବ୍ରହ୍ମଚାରିଣୀ ଦେବୀ ପୂଜା, ଶନିବାର ତୃତୀୟା ବହିତ ଚନ୍ଦ୍ରଘଣ୍ଟା ଦେବୀ ପୂଜା, ରବିବାର ଚତୁର୍ଥୀ ବହିତ କୁଷ୍ମାଣ୍ଡା ଦେବୀ ପୂଜା, ସୋମବାର ପଂଚମୀ ବହିତ ସ୍କନ୍ଦମାତା ଦେବୀ ପୂଜା, ଷଷ୍ଠୀ ବହିତ କାତ୍ୟାୟନୀ ଦେବୀ ପୂଜା, ମଙ୍ଗଳବାର ସପ୍ତମୀ ବିହିତ କାଳରାତ୍ର ଦେବୀପୂଜା, ତ୍ରଦିନାତ୍ମକ ଅଖଣ୍ଡ ଦୀପ ପ୍ରଜ୍ୱଳନ, ବୁଧବାର ପୀଠେ ମହାଷ୍ଟମୀ ମହାଗୌରୀ ଦେବୀ ପୂଜା, ଗୁରୁବାର ଦିବା ଘ.୧୧.୨୪ମି.ରୁ ଘ.୧୨.୧୨ମି. ମଧ୍ୟ ସନ୍ଧିପୂଜା ପୀଠେ ମହାନବମୀ ବହିତ ସିଦ୍ଧିଦାତ୍ରୀ ଦେବୀ ପୂଜା, ଶୁକ୍ରବାର ପୀଠେ ଦଶମୀ ପୂଜା, ହୋମ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ପ୍ରତିଦିନ ମହାଆଳତି ଏବଂ ଭକ୍ତମାନେ କିଭଳି ଦର୍ଶନ କରିପାରିବେ ତାହା ନେଇ ଦେବାଳୟ ସୁରକ୍ଷା କମିଟି ନିଷ୍ପତ୍ତି ନେଇଥିବା ବେଳେ ମନ୍ଦିର ପୂଜକ ମଳୟ ଦିଶ୍ରୀ, ଅଭିନାଶ ଦିଶ୍ରୀ ଓ ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ରିଣ୍ଟୁ ସାହୁ, ସହ-ସଂପାଦକ ଶମ୍ଭୁ ଶତପଥି ଉପସ୍ଥିତ ଥିଲେ ।

Leave A Reply

Your email address will not be published.