ସରସ୍ୱତୀ ପୂଜାରେ ବିଜେଡି ନେତା ଅଭିନବ ପ୍ରୟାସ – ୧୫୦୦ ଗରିବ ପିଲାଙ୍କୁ ଦେଲେ କଲମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ସରସ୍ୱତୀ ପୂଜାରେ ସାମିଲ ହୋଇ ବିଜେଡି ନେତାଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଅଞ୍ଚଳର ୧୫୦୦ ରୁ ଅଧିକ ଗରିବ ପିଲାମାନଙ୍କୁ କଲମ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଗୋଟିଏ ପ୍ରକାର ଉଦାହରଣ ପାଲଟିଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତର ସରପଞ୍ଚ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଗରିବ ପିଲାମାନେ କଲମ ଗ୍ରହଣ କରିବା ପରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ଦାସ, ବିନୋଦ ବାରିକ, ସମ୍ରାଟ ମନହୀରା, ମନିଷ ବାରିକ, ଅଙ୍କିତ ବାରିକ, ଅଙ୍କିତ ସାହୁ, ସାହିଲ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ପୂର୍ବରୁ ମଧ୍ୟ ଶ୍ରୀ ଯୋଶୀ ଗରିବ ଛାତ୍ରଛାତ୍ରୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

Leave A Reply

Your email address will not be published.