ଦେଓଗାଁ ବ୍ଲକରେ ବିଭିନ୍ନ ସ୍ଥାନରେ କୁରାଲ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ କୁରାଲ ପଞ୍ଚମୀ ପାଳିତ ହୋଇଯାଇଛି । ଦେଓଗାଁ ସଦର ପଞ୍ଚାୟତର ରଣାପଡ଼ା କୁରାଳ ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ପୂଜାରେ ଖୁସିରାମ ରଣା ଓ ତାଙ୍କ ଧର୍ମ ପତ୍ନୀ ଅଞ୍ଜଳି ରଣା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ବ୍ୟାସ ଭାବେ ସଚି ରଣା, ପୂଜକ ବାଲକୃଷ୍ଣ କର ରହିଛନ୍ତି । ସେହିପରି ସାରସବାହାଲ ଗା’ ରେ ଆୟୋଜିତ ପୂଜାରେ କର୍ତ୍ତା ଭାବେ ବିର ରଣା, ଲତା ରଣା, ପୂଜକ ଭାବେ ଆଲୋକ ତ୍ରିପାଠୀ କାର୍ଯ୍ୟ ତୁଲାଇଥିଲେ । ବଡବାହାଲ ରାମଜୀ ପଡାଠାରେ ମହାପ୍ରଭୁ ବ୍ରହ୍ମା, ବିଷ୍ଣୁ, ଶିବ, ପାର୍ବତୀ, ଗଣେଶ, ରୁଦ୍ରପାଳ, ରତ୍ନେଶ୍ଵର, ଲକ୍ଷ୍ମୀ ଆଦି ମୂର୍ତ୍ତୀ ସହ କୁମ୍ଭକାର ବୁଢ଼ାବୁଢ଼ୀ ମୃଣ୍ମୟ ସ୍ଥାପନ କରିଥିଲେ । ଏଥିରେ ସତ୍ୟ ନାରାୟଣ ରଣା ଓ ତାଙ୍କ ଧର୍ମପତ୍ନୀ ଦୟଣା ରଣା କର୍ତ୍ତା, ପ୍ରିୟବ୍ରତ ମିଶ୍ର ପୂଜକ, ନାରାୟଣ ରଣା, କହିଲା ଓ ଉପେନ୍ଦ୍ର ରଣା, ଦେଷଣ୍ଢ ଗାୟକ ରୂପେ ଯୋଗଦେଇ ଥିଲେ । ରାଜକୁମାର ରଣା, ନିଳାଞ୍ଚଳ ରଣା, ହେମନ୍ତ, ବିଜୟ ରଣା, ପୁରୁଷୋତ୍ତମ ରଣା, ଶ୍ୟାମସୁନ୍ଦର ରଣା, ରଞ୍ଜିତ ରଣା ଓ ମିତ୍ର ରଣା ସହଯୋଗ କରିଥିଲେ । ସେହିପରି ସିକୁଆଁ, ସାରସମାଲ, ଦେଷଣ୍ଡ, ଗୌଡ଼ଗୋଠରେ ମଧ୍ୟ କୁରାଲ ପୂଜା ଅନୁଷ୍ଠିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.