ଗଞ୍ଜାମ ସହରର ବିଭିନ୍ନ ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ଆଡ଼ମ୍ବରରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସମେତ ଆଖପାଖ ଅଞ୍ଚଳରେ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଞ୍ଚଳ ବତ୍‌ର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି । ସେଥିମଧ୍ୟରୁ ପୁଇଁତଲା ସାନସାହି ପୂଜା କମିଟି ପକ୍ଷରୁ ଏହି ପୂଜା ମହାସମାରୋହରେ ପାଳିତ ହେଉଛି । ଏହି ଉପଲକ୍ଷେ ସୋମବାର ଦିନ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରମ୍ପପରିକ ରୀତିନୀତି ଅନୁସାରେ ସୂର୍ଯ୍ୟ ପୂଜା, ସନ୍ଧ୍ୟା ଆଳତୀ, ହୋମ କାର୍ଯ୍ୟ ପୁରୋହିତଙ୍କ ଦ୍ଵାରା ସମାପିତ ହେଉଛି । ସାହିରେ ସୁନ୍ଦର ସାଜସଜା, ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଲୋକଙ୍କୁ ଅଧିକ ଆକର୍ଷିତ କରୁଛି । ସନ୍ଦ୍ୟା ସମୟରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ସନ୍ଧ୍ୟାରେ ବିସର୍ଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପୂଜାରେ ପ୍ରଥମ ଦିନର କର୍ତ୍ତା ରୂପେ ହରିହର ବିଶ୍ୱାଳ ଓ ପୂର୍ବତନ କାଉନସିଲର ସୁଷମା ବିଶ୍ୱାଳ ରହିଥିଲେ । ଏହି ପୂଜାକୁ କମିଟିର ଯୁବକମାନେ ପରିଚାଳନା କରୁଛନ୍ତି । ସେହିପରି ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଅନୁରୂପ ଭାବେ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେଉଛି । ସାଜସଜ୍ଜା ସାଙ୍ଗକୁ ଏଠାରେ ମଧ୍ୟ ତୋରଣ ଓ ଆଲୋକ ମାଳରେ ଝଲସୁଛି ପୂଜା ମଣ୍ଡପ । ପୂଜା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ହେଉଛି ।

Leave A Reply

Your email address will not be published.