କଛାରପାଲି ସାହୁପଡ଼ାରେ ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତର କଛାର ପାଲିର ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ୧୨ତମ ଗଜଲକ୍ଷ୍ମୀ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ସୋମବାର ଦିନ ଗାଁର ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଯାଇ ସୋନଗଡ଼ ନ‌ଦୀରୁ ପୂର୍ଣ୍ଣ କଳସରେ ପାଣି ଆଣି ସ୍ଥାପନ କରିବା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷର ପୂଜାରେ ଦୁର୍ବାଦଳ ସାହୁ ଓ ପତ୍ନୀ ପ୍ରଶାନ୍ତି ସାହୁ କର୍ତ୍ତା ଭାବେ ରହିଥିବା ବେଳେ ପଣ୍ଡିତ ବାଳକୃଷ୍ଣ କର ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି । ବୁଧବାର ଦିନରୁ ୧୬ପ୍ରହର ନାମଯଜ୍ଞ ଆରମ୍ଭ ହେବାକୁ ଯାଉଥିବା ବେଳେ ନମଯଜ୍ଞ ପାଇଁ କର୍ତ୍ତା ଭାବେ ରମେଶ ସାହୁ ଓ ପତ୍ନୀ ରଶ୍ମିତା ସାହୁ ଏବଂ ପୂଜକ ଦାୟିତ୍ୱ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ନିର୍ବାହ କରୁଛନ୍ତି ।

Leave A Reply

Your email address will not be published.