ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାଲେଭଟା ମା’ ପାଟଣେଶ୍ୱରୀ ଐତିହ୍ୟ ପୂର୍ବ ପାଟଣା ରାଜ୍ୟ ସମୟରେ ୨୬ଟି ଗଡ ମଧ୍ୟରୁ ସାଲେଭଟା ଗଡ ବେଶ ଗୁରୁତ୍ୱ ବହନ କରୁଥିଲା । ବଳରାମ ଦେଓ ୧୫୦୦ ଖ୍ରୀଷ୍ଟାବ୍ଦରେ ଭାଇ ଭାଗ ପାଇ ଏହି ପୀଠ ସ୍ଥାପନ କରିଥିଲେ । ମା’ ପାଟଣେଶ୍ୱରୀ ପାଟଣାମୁହାଁ ହୋଇଥିବା ବେଳେ ମା’ ସମଲେଶ୍ୱରୀ ହୁମା ମୁହା ବା ସମ୍ବଲପୁର ମୁହାଁ ହୋଇ ଗୋଟିଏ ପୀଠରେ ଦୁଇ ଭଉଣୀ ପୂଜା ପାଉଛନ୍ତ । ଐତିହାସିକ ପୀଠ ହୋଇଥିବାରୁ ଦଶହରାରେ ବଏଲ ଯାତ୍ରା ଏବଂ ଷୋହଳ ପୂଜା ଏବଂ ତନ୍ତ୍ରମନ୍ତ୍ର ସହ ପୀଠରେ ପୂଜା ପାଉଛନ୍ତି । ବଲାଙ୍ଗିରର ମା’ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଅବସରରେ ଏକ ବିରଳ ଘଣ୍ଟି ସ୍ଥାପନ କରାଗଲା । ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ପୂଜାର୍ଚ୍ଚନା କରିଥିବା ବେଳେ ମା’ କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ପୂଜାର୍ଚ୍ଚନା କରି ନୂତନ ଘଣ୍ଟି ସ୍ଥାପନ କରାଯାଇଥିଲା । ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ସାଲେଭଟା ଗ୍ରାମର ଆକାଶ ମିଶ୍ର, ଅରୁଣ କୁମାର ମିଶ୍ର, ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ସୁରେନ୍ଦ୍ର କୁମାର ନେଗୀ, ରିଣ୍ଟୁ ସାହୁ, ଶମ୍ଭୁ ପ୍ରସାଦ ଶତପଥୀଙ୍କ ସମେତ ସାଲେଭଟା ଗ୍ରାମ ଓ ମନ୍ଦିର କମିଟି ପୂଜକମାନେ ଉପସ୍ଥିତ ଥିଲେ । ସହଦେବ ଭୁଏ ସହଯୋଗ କରିଥିଲେ ଓ ପ୍ରଶାନ୍ତ ମହାକୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post