ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଗତ ସୋମବାର ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତା.୨୨.୦୯.୨୦୨୫ ସକାଳ ଟାରେ କର୍ତ୍ତା ଅରୁଣ କୁମାର ଦାନି ଓ ତାଙ୍କ ଧର୍ମପତ୍ନୀ ରୂପା ରାଣୀ ସାହୁଙ୍କ ସମେତ ଶତାଧିକ ମହିଳା ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣ, ଶଙ୍ଖ, ଘଣ୍ଟ ଧ୍ୱନି, ହୁଳହୁଳି ଦେଇ ପଦ୍ମପୁର ସହର ସାରା ଶୋଭାଯାତ୍ରାରେ ବାହାରି ବଡ଼ବନ୍ଧରୁ କଳସରେ ପାଣି ଆଣି ମନ୍ଦିରରେ କଳସାଧିବାସ, ଅଂକୁରା ରୋପଣ, ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରର ପ୍ରଥମ ଦିନରେ ମା’ ଦୁର୍ଗାଙ୍କୁ ଶୈଳପୁତ୍ରୀ ବେଶରେ ଆବାହାନ କରି ସକାଳ ୮ଟା ସମୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ବନଦୁର୍ଗା ମନ୍ଦିରରେ ଥିବା ପାର୍ଶ୍ୱ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦ୍ୱିତୀୟ ଦିନରେ ମା’ ଦୁର୍ଗା ବ୍ରହ୍ମଚାରିଣୀ ବେଶ ଓ ଆଜି ତୃତୀୟ ଦିନରେ ସନ୍ତୁଷ୍ଟ ଓ ଆରୋଗ୍ୟ ପ୍ରଦାୟିନୀ ମା’ ଦୁର୍ଗା ଭକ୍ତ ବତ୍ସଲଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇ ଶୁଭାଶ୍ରୀବାଦ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ ୭ଟାରେ ପୂଜା, ବାଳଭୋଗ, ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ସମୟରେ ମିଷ୍ଟାନ୍ନ ଭୋଗ, ୭ଟା. ୩୦ ମିନିଟରେ ମଙ୍ଗଳ ଆଳତୀ, ୨୯.୦୯.୨୦୨୫ ଚଣ୍ଡୀ ହୋମ, ଫଳମୂଳ ଭୋଗ ଓ ସନ୍ଧ୍ୟା ୭ଟାରେ ୧୦୮ ଦୀପ ପ୍ରଜ୍ୱଳନ, ତା.୩୦.୦୯.୨୦୨୫ ଅଷ୍ଟମୀ ହୋମ, ୦୧.୧୦.୨୦୨୫ କୁମାରୀ ପୂଜା, ଶକ୍ତି ହୋମ ଏବଂ ୦୨.୧୦.୨୦୨୫ ବିଜୟା ଦଶମୀ ଦିନ ଅପରାଜିତା ପୂଜା, ହୋମ, ସକାଳ୧୦ଟା ୧୦ ମିନିଟରେ ପୂର୍ଣ୍ଣାହୁତୀ ଓ ଘଟ ବିସର୍ଜନର ସୂଚନା କମିଟି ସୂତ୍ରରୁ ପ୍ରାପ୍ତ ହୋଇଛି । ବନଦୁର୍ଗା ମନ୍ଦିରର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ଶତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।
Next Post