ମୁରିବାହାଲ ଷ୍ଟେସନପଡ଼ା ଓ ବଜାରପଡ଼ା ତଥା ଘଣ୍ଟବାହାଲ ପକ୍ଷରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଷ୍ଟେସନପଡ଼ା ଓ ବଜାରପଡ଼ା ତଥା ଘଣ୍ଟବାହାଲ ଗ୍ରାମ ଗଣ୍ଡାପଡ଼ା ପକ୍ଷରୁ ବୁଧବାର ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ୱାରା ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପଗୁଡ଼ିକରେ ସ୍ଥାପନ କରାଯାଇଥିଲା । ଏହାପରେ ମାଁ ଗଜଲକ୍ଷ୍ମୀଙ୍କ ବିଧିବିଧାନରେ ପୂଜାରମ୍ଭ ଓ ପରେ ପୁରାଣ ପଠନ କରାଯାଇଥିଲା । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ଓ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ବିଭିନ୍ନ ପୂଜାମଣ୍ଡପଗୁଡ଼ିକ ବୁଲି ମାଁଙ୍କ ଆଶିଷ ଲାଭ କରିଥିଲେ । ମୁରିବାହାଲ ଷ୍ଟେସନପଡ଼ା ପ୍ରହରୀମଣ୍ଡପରେ ଷ୍ଟେସନପଡ଼ା ଓ ବଜାରପଡ଼ା ପକ୍ଷରୁ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ରୂପେ ବରିଷ୍ଠ ହାଇସ୍କୁଲ ଶିକ୍ଷକ ତରୁଣ ପୋଡ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଡ଼ ତଥା ପୂଜକ ରୂପେ ପ୍ରଣବ ପ୍ରକାଶ ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ଆୟୋଜକ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କରନ ଜାଲ, ସାଧାରଣ ସମ୍ପାଦକ ସୁଧାଂଶୁ ପୋଡ଼ ଯାଦବ, ସମ୍ପାଦକ ରିତିକ ସାହୁ, ଉପସଭାପତି ଜନକ ଦାସ, ଉଦିତ କଟା, କୋଷାଧ୍ୟକ୍ଷ ଲିକୁନ ସାହୁ, ବାବୁଲି ରାଉତ, କାର୍ଯ୍ୟକାରୀ ସଭାପତି ଦିବ୍ୟସୁନ୍ଦର ସାହୁ, ପଦ୍ମଲୋଚନ ସାହୁ, ପ୍ରଦ୍ୟୁମ୍ନ ପୋଡଙ୍କ ସହ ବୁଲୁ ମାଝୀ, ଦୁର୍ଯ୍ୟୋଧନ ନାଗ, ଅଜିତ ବାଗ, ପ୍ରମୋଦ ମାହାକୁର, ବଣ୍ଟୁ ଖର୍ସେଲ, ନୀତେଶ ସାହୁ, ପିଙ୍କୁ ହାତୀ, ରଞ୍ଜନ ବନଛୋର, ଲିଲୁ ଜାଲ, ହେମନ୍ତ ସାହୁ, ଶିବ ରାଉତ, ଧୀରୁ ନାଗ, ଲିପୁନ ମାହାକୁର, ଶଙ୍ଖୁ ଆଡଯୁଆଡ, ଶମ୍ଭୁ ମହାକୁର, ମୁକେଶ ବାଗ ଓ ସାହିଲ ହାତୀ ପ୍ରମୁଖ ସହଯୋଗ କରୁଛନ୍ତି । ସେହିପରି ଘଣ୍ଟବାହାଲ ଗଜଲକ୍ଷ୍ମୀ ପୂଜା ପାଇଁ କର୍ତ୍ତା ରୂପେ ରତ୍ନାକର ଛୁରା ଓ ତାଙ୍କ ଧର୍ମପତ୍ନୀ ସାଏବନି ଛୁରା ତଥା ପୂଜକ ରୂପେ ବ୍ରଜବନ୍ଧୁ ଦାସ ଦାୟିତ୍ଵ ନିର୍ବାହ କରୁଛନ୍ତି । ଆୟୋଜକ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ବରୁଣ ଛୁରା, ସମ୍ପାଦକ ଶାନ୍ତନୁ ଛୁରା, କୋଷାଧ୍ୟକ୍ଷ ଲଳିତ ବାଗ ଓ କାର୍ଯ୍ୟକାରୀ ସଭାପତି କୁଶ ବାଗଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା ଓ ଗଣ୍ଡାପଡ଼ାବାସୀ ଏହି ପୂଜାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସନ୍ଧ୍ୟାରେ ପୁଜାମଣ୍ଡପଗୁଡିକରେ ସଙ୍କୀର୍ତ୍ତନ୍ୟ ଭଜନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଥିବା ଆୟୋଜକ ଗଜଲକ୍ଷ୍ମୀ ପୂଜା କମିଟିଗୁଡିକ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.