୫୩ତମ ଶିବତଲା ସାର୍ବଜନୀନ ଦୁର୍ଗାପୂଜାର ପ୍ରାକ୍ ବୈଠକ

ଶିବତଲା : ଶିବତଲା ଦୁର୍ଗାଛକରେ ମନୋଜ ପାଣ୍ଡେଙ୍କ ସଭାପତିତ୍ବରେ ଏକ‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମସ୍ତ ଦୁର୍ଗାପୂଜା କମିଟିର ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ଦୁର୍ଗାପୂଜାର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ମିକଶ୍ଚର ରାମଲୀଳା, ବୈଠକ କୀର୍ତ୍ତନ ଓ ଅନ୍ଧମାନଙ୍କ ଭଜନ ସମାରୋହ ସ୍ଥାନ ପାଇବ । ଚଳିତ ଦୁର୍ଗାପୂଜାରେ ନୂତନ ସଭାପତି ଭାବରେ ଲୋକନାଥ ବେହେରା ଓ ସମ୍ପାଦକ ଭାବରେ ନୀଳମାଧବ ସାହୁଙ୍କୁ ମନୋନୀତ କରାଯାଇଛି । ଉକ୍ତ ବୈଠକରେ ଗ୍ରାମ୍ୟ କମିଟି ସଭାପତି ଛବିଳ ପୂଜାରୀ, ନାଏବ ସରପଞ୍ଚ ନିରଞ୍ଜନ ମେହେର, ହେମସାଗର ମାଝୀ, ଜଗବନ୍ଧୁ ରଣା, ନବୀନ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!