ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ୍ ରାସ୍ତାରେ ଥିବା ମାଆ ତାରିଣୀଙ୍କ ମନ୍ଦିରରେ ବିଷୁବ ପୂଜା ଅନୁଷ୍ଠିତ ହୋଇଯାଇଛି । ୨୦୦୦ ମସିହାରୁ ନିୟମିତ ଭାବେ ଏହି ମନ୍ଦିରରେ ପୂଜା ସମ୍ପାଦନା ହେଉଥିବା ବେଳେ ବିଭିନ୍ନ ନୀତି କାନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ପ୍ରକାର ପୂଜା କାର୍ଯ୍ୟ ହୋଇଛି । ସମସ୍ତ ପୂଜା କାର୍ଯ୍ୟକୁ ସଭାପତି ଜୟ କୁମାର ସିଂହ ଦେଓ, ସମ୍ପାଦକ ସପନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିବା ବେଳେ କର୍ତ୍ତା ଭାବରେ କୁଳମଣି ଦାସ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ପୂଜକ ଭାବରେ ଲକ୍ଷ୍ମଣ ଷଡ଼ଙ୍ଗୀ ଓ ସତ୍ୟ ନାରାୟଣ ଦାଶ ସମସ୍ତ ପୂଜା କାର୍ଯ୍ୟ ସୁଚାରୁ ଭାବରେ ସମ୍ପନ୍ନ କରିଥିଲେ ।
Prev Post
Next Post