ପୁଇଁତଲା ବିଡିଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ

ପୁଇଁତଲା, (କେପିଏନ୍‌ଏସ୍‌) : ସରକାରୀ ଆବାସ ଯୋଜନା ଟଙ୍କା ନପାଇବାରୁ ପୁଇଁତଲା ବିଡିଓଙ୍କ କାର୍ଯ୍ୟାଳୟରେ ନିଜକୁ ତାଲା ପକାଇ ରଖିଥିଲେ ହିତାଧିକାରୀ । ଏହି ଖବର ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣି ବ୍ଲକ କାର୍ଯ୍ୟାଳୟ ପରିସରରେରେ ସଂପୃକ୍ତ ହିତାଧିକାରୀଙ୍କ ଦ୍ୱାରା ଆତ୍ମହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି । ପୁଇଁତଲା ବ୍ଲକ୍‌ ଅନ୍ତର୍ଗତ କୁଟେନ୍‌ପାଲି ଗାଁର ହିତାଧିକାରୀ ସୀତାରାମ ବେହେରା ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ଟଙ୍କା ନପାଇବାରୁ ବ୍ଲକ ଅଫିସକୁ ପରିବାର ସହିତ ଆସି ନିଜକୁ ବିଡିଓ ଅଫିସ ଭିତରେ ଲକ୍‌ କରି ଦେଇଥିଲେ । ପୁଇଁତଲା ପୋଲିସ ଆସି ବହୁ କଷ୍ଟରେ ସୀତାରାମ ଓ ତାଙ୍କ ପୁରା ପରିବାରକୁ ଉଦ୍ଧାର କରିଥିଲା । ଥାନାରେ ସେମାନଙ୍କୁ ପୋଲିସ ପଚରା ଉଚୁରା ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.