କେନ୍ଦ୍ରାପଡ଼ା : ପୁରୀର ଡେଲାଙ୍ଗ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା ପ୍ରକାଶ ପାଇଛି । ଡେରାବିଶ ବ୍ଲକ ଅନ୍ତର୍ଗତ ଦୁମୁକାହାଟ ଗାଁରେ ଏକ ବ୍ରଏଲର୍ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି । ଗତ ୩ ଦିନ ହେବ ଏଠାରେ କୁକୁଡାଙ୍କଠାରେ ରୋଗର ଲକ୍ଷଣ ଦେଖା ଦେଇଛି । ଫାର୍ମର କୁକୁଡା ଗୁଡିକ ସ୍ଥିର ହୋଇ ବସି ରହିବା ସହ ମୁଣ୍ଡ ମାଡି ପଡି ଯାଉଥିବା ଫାର୍ମର ମାଲିକ ପ୍ରଭାକର ଲେଙ୍କା କହିଛନ୍ତି । ତେବେ ଏହି ଫାର୍ମରେ ପ୍ରଥମ ଦିନରେ ୩୩ ଟି କୁକୁଡା ମରିଥିବା ବେଳେ ଦ୍ୱିତୀୟ ଦିନରେ ୬୮ ଓ ଆଜି ପୂର୍ବାହ୍ନ ସୁଦ୍ଧା ୧୩୭ ଗୋଟି କୁକୁଡା ମରିଛନ୍ତି । ତେବେ ଆଜିସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ଫାର୍ମ ମାଲିକ ସୂଚନା ଦେଇଛନ୍ତି । ଆଜି ଏଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Next Post