jayashree

ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ । ଖାଲି ଲୁଟ୍‌ର ଶିକାର ନୁହେଁ ଲୁଟ୍‌ ବାହାନାରେ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ପିଇଟି ଶିକ୍ଷକ । ଆକ୍ରମଣରେ ପିଇଟି ଶିକ୍ଷକଙ୍କ ଗୋଟିଏ ହାତ ଓ ଗୋଡ଼ ଛିଣ୍ଡିଯାଇଥିବା ଜଣାପଡିଛି । ଏଭଳି ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ । ଶିକ୍ଷକ ଜଣକ ହେଲେ ପୁଇଁନ୍ତଳା ଥାନା ସିକାବେହେଙ୍ଗା ଗାଁର ସତ୍ୟନାରାୟଣ ପଟେଲ ହୋଇଥିବା ବେଳେ ସେ ବୁରୋମୁଣ୍ଡା ହାଇସ୍କୁଲରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତଥିଲେ । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ସେ ସ୍କୁଲରୁ ଫେରୁଥିବା ବେଳେ ତଲିଉଡାର ଗାଁ ନିକଟରେ ଆକ୍ରମଣର ଶିକାର ହୋଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ତେବେ ତାଙ୍କୁ ଲୁଟ କରିବା ପାଇଁ ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବଲାଙ୍ଗିର ଏସଡିପିଓ ପ୍ରଦୀପ ସାହୁ । ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବାର ଏସଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.