centurian jitm

ମହାନଦୀ କୋଲ୍‌ ଫିଲ୍‌ଡ଼୍‌ ଲିମିଟେଡ଼୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗିର ଜିଲ୍ଲାର ବିକାଶ ନିମନ୍ତେ ‘ପ୍ରୋଜେକ୍ଟ ପ୍ରଗତି’ ଅନ୍ତର୍ଗତ ୧୩ ଗୋଟି ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହାନଦୀ କୋଲ୍‌ ଫିଲ୍‌ଡ଼୍‌ ଲିମିଟେଡ଼୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗିର ଜିଲ୍ଲାର ବିକାଶ ନିମନ୍ତେ ‘ପ୍ରୋଜେକ୍ଟ ପ୍ରଗତି’ ଅନ୍ତର୍ଗତ ୧୩ ଗୋଟି ପ୍ରକଳ୍ପ ପାଇଁ ଏକ ଦ୍ୱିପାକ୍ଷିକ ଚୁକ୍ତିନାମ ସ୍ୱାକ୍ଷରିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ଼୍‌ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏବଂ ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ଼୍‌ର ସିଏସ୍‌ଆର୍‌ ଜେନେରାଲ୍‌ ମେନେଜର ପ୍ରଣବ କୁମାର ଚକ୍ରବର୍ତ୍ତୀ ଏହି ଦ୍ୱିପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ‘ପ୍ରୋଜେକ୍ଟ ପ୍ରଗତି’ କାର୍ଯ୍ୟକ୍ରମ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ୧୩ ଗୋଟି ପ୍ରକଳ୍ପ ନିମନ୍ତେ ମୋଟ ୩ କୋଟି ୬୪ ଲକ୍ଷ ୭୫ ହଜାର ୮୫୨ ଟଙ୍କାର ବ୍ୟୟ ଅଟକଳ ଏମ୍‌ସିଏଲ୍‌ର ସିଏସ୍‌ଆର୍‌ ପାଣ୍ଠି ଜରିଆରେ ବିନିଯୋଗ ହେବ । ଏହି ୧୩ ଗୋଟି ପ୍ରକଳ୍ପ ମଧ୍ୟରେ ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ୭ ଲକ୍ଷ ୩୫ ହଜାର, ତିନିଗୋଟି ସ୍ଥାନରେ କୁଷ୍ଠ କଲୋନୀର ଉନ୍ନତି ନିମନ୍ତେ ୪୧ ଲକ୍ଷ ଟଙ୍କା, କୁଷ୍ଠ କଲୋନୀ ପୁଇଁନ୍ତଲା ଓ ଗଇଁନ୍ତଲା ଠାରେ ଦୁଇଗୋଟି କମ୍ୟୁନିଟି ହଲ୍‌ ନିର୍ମାଣ ବାବଦରେ ପ୍ରତ୍ୟେକକୁ ୩୫ ଲକ୍ଷ ହିସାବରେ ୭୦ ଲକ୍ଷ ଟଙ୍କା, ସରକାରୀ ଆଇଟିଆଇ ବଲାଙ୍ଗିର ବିଭିନ୍ନ ଟ୍ରେଡ୍‌ ନିମନ୍ତେ ଉପକରଣ ଓ ଯନ୍ତ୍ରପାତି ଯୋଗାଣ ବାବଦରେ ୧୫ ଲକ୍ଷ ୨୯ ହଜାର ୧୬୨ ଟଙ୍କା, ସରକାରୀ ପୋଲିଟେକ୍‌ନିକ୍‌ ବଲାଙ୍ଗିର ପଶ୍ଚିମ ପାଶ୍ୱର୍ ରାସ୍ତା ନିର୍ମାଣ ବାବଦରେ ୫୭ ଲକ୍ଷ ୪୭ ହଜାର ୭୨୦ ଟଙ୍କା, ସରକାରୀ ପୋଲିଟେକ୍‌ନିକ୍‌ ବଲାଙ୍ଗିର ନିମନ୍ତେ ଉପକରଣ ଓ ଯନ୍ତ୍ରପାତି ଯୋଗାଣ ବାବଦରେ ୧୬ ଲକ୍ଷ ୫୭ ହଜାର ଟଙ୍କା, ୧୪ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫ ଗୋଟି ମ୍ୟୁନିସିପାଲିଟି, ଏନ୍‌ଏସି ନିମନ୍ତେ ହସ୍ତଚାଳିତ ପୋର୍ଟେବୁଲ୍‌ ଫଗିଙ୍ଗ୍‌ ମେସିନ୍‌ ନିମନ୍ତେ ୧୬ ଲକ୍ଷ ଟଙ୍କା, ୨ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ ଗୋଟି ସବ୍‌ସେଣ୍ଟର ନିମନ୍ତେ ୧୭ ଗୋଟି ଡିଜେଲ୍‌ ଜେନେରେଟର୍‌ (୫ କେଭି) ବାବଦରେ ୩୫ ଲକ୍ଷ ୫୬ ହଜାର ୯୭୦ ଟଙ୍କା, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଯତ୍ନ ‘ମାତୃତ୍ୱ’ କାର୍ଯ୍ୟକ୍ରମ ବାବଦରେ ୧୯ ଲକ୍ଷ ଟଙ୍କା, ୪ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସାର୍ବଜନୀନ ଶୌଚାଳୟ ନିର୍ମାଣ ପ୍ରତ୍ୟେକକୁ ୭ ଲକ୍ଷ ୯୫ ହଜାର ଟଙ୍କା ହିସାବରେ ୩୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଆଗଲପୁର ବ୍ଲକର ପାଣ୍ଡେସରା କୁଲାରି ନାଲା ବ୍ରିଜ ଠାରୁ ଭରସୁଜା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ବାବଦରେ ୩୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ । ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଂଚଳ ରାଣା ବଲାଙ୍ଗିର ଜିଲ୍ଲାର ବିକାଶ ପ୍ରକ୍ରିୟାରେ ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ଼୍‌ ସହଯୋଗ କରିଥିବାରୁ ଧନ୍ୟବାଦ ଦେବା ସହ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ବର୍ଷକ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ସିଏସ୍‌ଆର୍‌ ଜେନେରାଲ ମେନେଜର ଶ୍ରୀ ଚକ୍ରବର୍ତ୍ତୀ ଏମ୍‌ସିଏଲ୍‌.ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ଗ୍ରହଣ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେବା ସହ ଏହି ପ୍ରକଳ୍ପ ଗୁଡ଼ିକ ଜିଲ୍ଲାର ବିକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ରାଜସ୍ୱ) ପ୍ରୀତମ୍‌ ତନ୍ତୀ ସ୍ୱାଗତ କରିବା ସହ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର ସିଏସ୍‌ଆର୍‌ ଆସିଷ୍ଟାଣ୍ଟ ମେନେଜର୍‌ ଅରବିନ୍ଦ ସାହୁ, ସିଡିଏମ୍‌ଓ ଡା. ଭୀମ ସାହୁ, ପୁଇଁନ୍ତଲା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ଆଗଲପୁର ବିଡ଼ିଓ ଭୂବନ କୁମାର ଶତପଥୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସରକାରୀ ଆଇଟିଆଇର ଅଧ୍ୟକ୍ଷ କୁମ୍ଭପାଣି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.