oum

ମା’ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଲା ଫ୍ରଫେସର୍‌ ପୁଅ

jsm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମା’ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଇଛି ଫ୍ରଫେସର୍‌ ପୁଅ ବୋଲି ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଏହି ଘଟଣା ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍‌ ହୋମ୍‌ସ ଆପାର୍ଟମେଣ୍ଟରେ ଘଟିଛି । ନିଜ ବାପାକୁ ହତ୍ୟା କରିଥିବା ଅଧ୍ୟାପକ ପୁଅ ପଟିଆସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଅନିରୁଦ୍ଧ ଚୌଧୁରୀ(୪୫) ହୋଇଥିବା ବେଳେ ପୁଅ ହାତରେ ହତ୍ୟାର ଶିକାର ହୋଇଥିବା ବାପା ହେଲେ ନାଲ୍‌କୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସୁନୀଲ ଚୌଧୁରୀ(୬୮)। ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ୪ଟାରେ ଏହି କାଣ୍ଡ ଘଟିଥିଲା । ଅନିରୁଦ୍ଧ ହଠାତ୍ ବାପାମା’ଙ୍କ ବେଡ୍‌ ରୁମ୍‌କୁ ପଶିଆସି ଏକ ତକିଆରେ ସୁନୀଲଙ୍କ ମୁହଁକୁ ଚାପି ଧରିଥିଲା। ସୁନୀଲ୍‌ ଛଟପଟ ହେବାରୁ ପତ୍ନୀ ସୁନୀତାଙ୍କ ନିଦ ଭାଙ୍ଗିଯାଇଥିଲା । ଅନିରୁଦ୍ଧର ଏଭଳି ବିକଟାଳ ରୂପ ଦେଖି ସେ ହତବାକ୍‌ ହୋଇପଡ଼ିଥିଲେ ଏବଂ ବାପାଙ୍କୁ ନ ମାରିବାକୁ ଅନୁରୋଧ କରିଥିଲେ । ହେଲେ ନୃଶାଂସ ପୁଅ ଅନିରୁଦ୍ଧ କିଛି ନଶୁଣି ଏକ ପରିବା କଟା ଛୁରି ବାହାର କରି ସୁନୀଲଙ୍କ ଛାତିକୁ ବାରମ୍ବାର ଭୁସି ପକାଇଥିଲା । ପ୍ରାୟ ୪/୫ ଥର ଛୁରି ଭୁସିବା ପରେ ବେଡ୍‌ ଉପରେ ସୁନୀଲଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପକେଇ ଦେଇଥିବା ବେଳେ ପତ୍ନୀ ସୁନୀତା ତୁରନ୍ତ କେୟାରଟେକର ଆଲୋକ ବେହେରାଙ୍କୁ ଫୋନ୍‌ କରିଥିଲେ । ଆଲୋକ କିଛି ମିନିଟ୍‌ ମଧ୍ୟରେ ପହଞ୍ଚିଯାଇଥିଲେ ଏବଂ ପଡ଼ୋଶୀମାନଙ୍କ ସହଯୋଗରେ ସଂଜ୍ଞାହୀନ ସୁନୀଲଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। କିନ୍ତୁ ସେତେବେଳକୁ ସୁନୀଲଙ୍କ ଆଉ ଜୀବନ ନଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ସୁନୀଲ ରହୁଥିବା ଆପାର୍ଟମେଣ୍ଟକୁ ଆସି ପୋଲିସ ସୁନୀଲଙ୍କ ପୁଅ ଅନିରୁଦ୍ଧକୁ ଗିରଫ କରି ଘଟଣାରେ ବ୍ୟବହୃତ ଛୁରୀକୁ ଜବତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.