oom

ଭାଲୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୈଠକ : ମୋ’ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ଖବର ମିଳିଛି । ୧୯୨୫ ମସିହାରେ ସ୍ଥାପିତ ହୋଇଥିବା ବେଳେ ସ୍କୁଲ କୋଠା ଦୟନୀୟ ହୋଇ ପଡିଛି । ସ୍କୁଲର ଭଙ୍ଗା ଦଦରା ଅବସ୍ଥା ନେଇ ପୁରାତନ ଛାତ୍ରଛାତ୍ରୀମାନେ କ୍ଷୋଭ ପ୍ରକାଶ କରି କିପରି ଭାବେ ସ୍କୁଲ ନୂତନ କୋଠା ହୋଇ ପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସ୍କୁଲରେ ପାଠ ପଢି ଆଜି ଅନେକ ଲୋକ ଚାକିରୀ କରିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆୟୋଜିତ ଏହି ବୈଠକରେ ପୁରାତନ ଛାତ୍ର ତଥା ଭାଲୁମୁଣ୍ଡା ପଂଚାୟତର ସରପଂଚ ଉପେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଏବିଇଓ ଜୟନ୍ତ କୁମାର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଲାସ ଚନ୍ଦ୍ର ଭୋଇ, ପୂର୍ବତନ ସିଆରସିସି ଦେବରାଜ ମେହେରଙ୍କ ସହ ଗ୍ରାମ ସ୍କୁଲର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ୧୫ ଲକ୍ଷ ଟଙ୍କା ସଂଗ୍ରହ କରି ମୋ ସ୍କୁଲ ଅଭିଯାନକୁ ଦେଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.