ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ : ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ
ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ । ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ। ପ୍ରେସମିଟରେ ଖୋଦ୍ ବଲାଙ୍ଗିର ଏସପି ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲ ନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା ଘଟଣାରେ ସାନ ଭାଇକୁ ବଡ଼ ଭାଇ ହିିଁ ହତ୍ୟା କରିଛି ବୋଲି ସ୍ପଷ୍ଟ କରିଛନ୍ତି । ଏସ୍ପିଙ୍କ ସୂଚନା ଅନୁଯାୟୀ, ବ୍ରିଜ ତଳୁ ଦେଉଳଗୁଡ଼ି ଗାଁର ବ୍ୟବସାୟୀ ନଟରାଜ ଥନାପତିଙ୍ଙ୍କ ମୃତ ଦେହ ଉଦ୍ଧାର କରଯାଇଥିବା ବେଳେ କିଛି ମାସ ତଳେ ନଟରାଜଙ୍କ ବିବାହ ଠିକ ହୋଇଥିଲା। ଆଉ ଅଳ୍ପ କିଛି ଦିନ ଥିବାବେଳେ ତାଙ୍କର ବ୍ରିଜ ତଳୁ ମୃତଦେହ ମିଳିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା କ୍ଷ ଏପରିକି ନଟରାଜଙ୍କ ବିବାହ କାର୍ଡ ବଣ୍ଟନ ମଧ୍ୟ କରି ସାରିଥିବା ପରିବାର ଲୋକେ କହିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ କିଛି କହି ନ ଥିବାବେଳେ ଘଟଣାସ୍ଥଳରେ ତୁଷୁରା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବ୍ୟବସାୟୀଙ୍କ ଆତ୍ମହତ୍ୟା ନା ତାଙ୍କୁ କିଏ ହତ୍ୟା କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୧୫ ଦିନ ପରେ ପୋଲିସ ମୃତକଙ୍କ ବଡ଼ ଭାଇକୁ ଉଠାଇଆଣି ପଚରାଉଚୁରା କରିବା ପରେ ହତ୍ୟା ଘଟଣାର ରହସ୍ୟ ଉଠିଛି । ନଟରାଜଙ୍କ ବଡ଼ ଭାଇ ହିିଁ ତାଙ୍କୁ ମାରିବା ପାଇଁ କରିଥିଲା ଷଡ଼ଯନ୍ତ୍ର । ତୁଷୁରା, ଦେଓଗାଁ ଓ ସଇଁତଳା ଅଞ୍ଚଳର କିଲର ମାନଙ୍କୁ ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଏପରିକି ଘଟଣାକୁ ନେଇ ପ୍ରଥମେ ବଡ଼ ଭାଇ ହିିଁ ପୋଲିସ ପାଖରେ କେସ୍ ଦେଇଥିଲା, ଶେଷରେ ବଡ଼ ଭାଇ ହିିଁ ହତ୍ୟାକାରୀ ବାହାରିଲା ଓ ପୋଲିସ ହାତରେ ଧରା ପଡ଼ି ଜେଲ୍ ଗଲା, ଯାହାକୁ ନେଇ ଏବେ ଚାରି ଆଡେ଼ ବେଶ୍ ଚର୍ଚ୍ଚା । ମୁଖ୍ୟ ଅଭିଯୁକ୍ତ ବଡ଼ ଭାଇ ନବ ଥନାପତିଙ୍କ ସହ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିବା ଏସ୍ପି ଅଭିଳାଷ କହିଛନ୍ତି । ।