ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଶାଖା-ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଏସ୍‌ଏମ୍ ଟ୍ୟୁଟରିଆଲ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାଜକୁ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ନିମନ୍ତେ ପ୍ରାରମ୍ଭରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର ତରାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ ଅତିଥି ଭାବେ ବରିଷ୍ଟ ସାମ୍ୱାଦିକ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇ ସତ୍ୟ ଘଟଣାକ୍ରମକୁ ନେଇ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ନେଇ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗୋପାଳ ବେହେରା ଯୋଗଦେଇ ସାମ୍ବାଦିକତା ଏକ କଠିନ କାର୍ଯ୍ୟ ହୋଇଥିଲେ ମଧ୍ୟ କୋଭିଡ ମାହାମାରୀ ହେଉ ବା ଜନ କଲ୍ୟାଣକାରୀ କାର୍ଯ୍ୟକୁ ନେଇ ସାମ୍ବାଦିକମାନେ ସମାଜ ଦର୍ପଣ ସଦୃଶ୍ୟ ଜାଗ୍ରତ ପ୍ରହରି ଭାବେ କାର୍ଯ୍ୟ କରିଥାନ୍ତି ବୋଲି କହିବା ସହ ଗଞ୍ଜାମ ପ୍ରେସ କ୍ଳବର ଲେଖନୀ ଚାଳନା ଓ କାର୍ଯ୍ୟ ଶୈଳୀକୁ ଉଚ୍ଚ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ ଯୋଗ ଦେଇଥିଲେ । ଏକତା ହିଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା କବଚ ବୋଲି ସାମ୍ବାଦିକମାନେ ନିଜ ବକ୍ତବ୍ୟରେ କହିବା ସହ ଗଞ୍ଜାମ ପ୍ରେସ କ୍ଳବ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନଙ୍କ ଏକତାକୁ ଗୁରୁତ୍ୱ ଦେଇ ଆସିଛି ବୋଲି ମତ ପ୍ରକାଶ ପାଇଥିଲା । ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ଉପସଭାପତି ମୁରଲୀ ପ୍ରଧାନ, ସହସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ରାକେଶ ରଞ୍ଜନ ଦାଶ, ବିଜୟଲକ୍ଷ୍ମୀ ମହାକୁଡ଼, କେ.ରଜନୀକାନ୍ତ ରେଡି, ମନୋଜ ପ୍ରଧାନ ପ୍ରମୁଖ ପ୍ରେସ କ୍ଳବ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.