ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସାମ୍ବାଦିକମାନେ ନିର୍ଭୀକ ହୋଇ ଘଟଣା, ଦୁର୍ଘଟଣା ସହ ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଅଣାଯାଉ ବୋଲି ଶନିବାର ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଅତିଥିମାନେ ମତପ୍ରକାଶ କରିଥିଲେ । ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ, ସରପଞ୍ଚ ସଂଘ ସଭାପତି ଅଶୋକ କୁମାର ସାହୁ, ସଂଘର ଆଇନ ପରାମର୍ଶଦାତା ସୁବୋଧ କୁମାର ମିଶ୍ର, ମାନଭଞ୍ଜନ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବରେ ଟିଟିଲାଗଡ଼ର ଯୁବ ସାମ୍ବାଦିକ ମନୋଜ କୁମାର ଶତପଥି ପ୍ରମୁଖ ଯୋଗଦାନ କରି ସାମ୍ବାଦିକମାନେ ନିର୍ଭୀକ ରହି ସମସ୍ୟାଗୁଡିକ ଲୋକଲୋଚନ ଆଣିବା ପାଇଁ ଉପସ୍ଥିତ ସାମ୍ବାଦିକମାନଙ୍କୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ଏହା ସହିତ ଏକଜୁଟ ହୋଇ ସାମ୍ବାଦିକମାନେ ଦୁର୍ନୀତି, ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉ ବୋଲି ଅତିଥିମାନେ ପ୍ରେସ ଦିବସରେ ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ସଂଘ ସଭାପତି ନାରାୟଣ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପେକ୍ଷୀରେ ଟିକ୍ରାପଡାର ସାମ୍ବାଦିକ ରମାକାନ୍ତ ରାଜପଲିଆ ଓ ବେଲଗାଁ ସାମ୍ବାଦିକ ରୁଦ୍ରଧର ଦଣ୍ଡସେନାଙ୍କୁ ସଂଘ ତରଫରୁ ଚଳିତ ବର୍ଷ ୨୦୨୪-୨୫ ଭାବରେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ କରାଯାଇଛି । ଶେଷରେ ସଂଘର କୋଷାଧ୍ୟକ୍ଷ ଅଜିତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ବିଶାଳ ଅଗ୍ରୱାଲ, ଉପସଭାପତି ପ୍ରଦୀପ ବାଗ, ସହ ସମ୍ପାଦକ ଭଗବାନ ରାଜପଲିଆଙ୍କ ସହ ସଦସ୍ୟ ସୁଶାନ୍ତ ମେହେର, ଅଶ୍ୱିନୀ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ରାମନାରାୟଣ ବାଗ, ପୃଥ୍ୱୀରାଜ ବକୁଳ, ଚନ୍ଦ୍ରଭାନୁ ପ୍ରଧାନ, ଚୌଧୁରୀ ସାହୁ, ରଞ୍ଜନ ବାଗ ଓ ରାକେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।