centurian jitm

ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘର ପ୍ରେସ ଦିବସ ପାଳନ

nschool
  • ଭୀଷ୍ମଦେବ ପଣ୍ତାଙ୍କୁ ଶ୍ରଦ୍ଧାଞ୍ଜଳି, ସାମ୍ବାଦିକ ଲାଲ ବିହାରୀ ମିଶ୍ର ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ପ୍ରେସ ଦିବସ ପାଳନ କରାଯାଇଥିଲା । ଏଥିରେ ସଂଘର ସଭାପତି ବଡ ଶତପଥି ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରମେଶ ଚନ୍ଦ୍ର ବାରିକ ସମସ୍ତ ସାମ୍ବାଦିକମାନଙ୍କୁ ସ୍ବାଗତ କରିବା ସହ ଦିବଂଗତ ସାମ୍ବାଦିକ ଭୀଷ୍ମଦେବ ପଣ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୁପ ଏକ ମିନିଟ ନୀରବ ପ୍ରାର୍ଥନା କରିବାକୁ ଆହ୍ବାନ କରିଥିଲେ । ପ୍ରେସ ଦିବସର ଉଦ୍ଦେଶ୍ୟ ଓ ପ୍ରେସ ସ୍ୱାଧୀନତା, ପ୍ରେସ ଏକତା ସଂପର୍କରେ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାମ୍ବାଦିକମାନେ ଚତୁର୍ଥସ୍ତମ୍ଭ । ସର୍ବଦା ନିର୍ଭୀକ, ନିରପେକ୍ଷ ସମ୍ବାଦ ପରିବେଷଣ କରି ପ୍ରଶାସନ ଓ ଜନସାଧାରଣଙ୍କ ହିତରେ ସେତୁ ସଦୃଶ ରହିଥାନ୍ତି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପଦ୍ମପୁରରୁ ଲାଲବିହାରୀ ମିଶ୍ର, କିରଟି ସାହୁ, ଅଶ୍ବିନୀ ଧରୁଆ, ସୋହେଲାରୁ ସତ୍ୟଜିତ ପ୍ରଧାନ, ଅଶ୍ବିନୀ ପାତ୍ର, ମେଲଛାମୁଣ୍ତାରୁ ମନୋଜ ଭୋଇ, ଝାରବନ୍ଧରୁ ରମେଶ ଚନ୍ଦ୍ର ବାରିକ, ଦେବେନ୍ଦ୍ର ସାହୁ, ମନୋହର ଦାଶ, କୌଶିକ ସାହୁ, ପାଇକମାଲରୁ ବଡ ଶତପଥି, ଅଭୟ ରଣା, ଗୌରାଙ୍ଗ ଚରଣ ଦାଶ, ଧିରେନ ମହାନ୍ତି, ସୁରଥ ସାହୁ, ଦୁର୍ଯ୍ୟୋଧନ ପୁଟା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!