ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଭେମ୍ବର ୧୬ ଜାତୀୟ ପ୍ରେସ୍‌ ଦିବସ ଅବସରରେ ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାର, ଡେଲାଙ୍ଗର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ୍‌- ୨୦୨୨ ବୁଧବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ତଥା ପ୍ରେସ୍‌ କ୍ଲବ ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଏହି ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମାହାନ୍ତି, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତ୍ରିନାଥ ପାରିଡା, ସମ୍ମାନିତ ଅତିଥି ରୂପେ ରାତିକାନ୍ତ ସାହୁ, ସତ୍ୟବ୍ରତ ବେହେରା ପ୍ରମୁଖ ଯୋଗଦାନ କରି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ମାନେ ହେଲେ ସାମାଜର ଜାଗ୍ରତ ପ୍ରହରୀ, ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢି ପାରିବ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ୍‌ । ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଉପରେ ଆଲୋଚନା ହୋଇଥିଲା । ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାରର ପରିଚାଳନା ନିଦ୍ଦେର୍ଶକ ତଥା ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ କରିବା ସହ ମଚଂ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପତ୍ରକାରକ, ବୈଦ୍ୟୁତିକ, ୱେବ ମିଡିଆର ସାମ୍ବାଦିକ ଚିତରଞ୍ଜନ ଜେନା, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ନାୟକ, ସନ୍ତୋଷ କୁମାର ପଣ୍ଡା, ଗଗନ ଖଟେଇ, ସିଦ୍ଧାର୍ଥ ବଳବନ୍ତରାୟ, ବିଶ୍ୱଜିତ ପାଢି, ପ୍ରଦୀପ ରଜଂନ ବିଶ୍ୱାଳ, ଚନ୍ଦ୍ରଶେଖର ବଶ୍ୱାଳ, ସଂଜୟ କୁମାର ବିଶ୍ୱାଳ, ଗୀତାରାଣୀ ରଣଜିତ, ବିମ୍ବାଧର ବଡଜେନା, ପ୍ରିୟବ୍ରତ ପ୍ରଧାନ, ଶୁଭଲକ୍ଷ୍ମୀ ସେନାପତି, ହିମାଂଶୁ ମହାପାତ୍ର, ସମାଜସେବୀ ଆଲୋକମୟ ହରିଚନ୍ଦନ, ପ୍ରତାପ କୁମାର ସାମନ୍ତସିଂହାର, ସାମାଜିକ କର୍ମୀ ବିଦ୍ୟୁତ୍‌ପ୍ରଭା ପଟ୍ଟନାୟକ ସମେତ ଅନୁଷ୍ଠାନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ପରିଶେଷରେ ସାମ୍ବାଦିକ ରଶ୍ମିରଜଂନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.