jayashree

ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ଭାଦପତ୍ର ମହାସଂଘ ପକ୍ଷରୁ ପ୍ରେସ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ ଦିବସ ଅବସରରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ସ୍ଥାନୀୟ ପୋଖରୀପୁଟ ଉଦ୍ୟାନ ଠାରେ ପ୍ରେସ ଦିବସ ସଭାପତି ତଥା ନବୀନ ଖବରକାଗଜର ସଂପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ରଥ କହିଲେ ଯେ, ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ବିଶ୍ୱସନୀୟତା ସଙ୍କଟ ଦେଖା ଦେଇଥିବା ବେଳେ ଛାପା ଗଣମାଧ୍ୟମ ବିଭିନ୍ନ ପ୍ରକାରର ଶିକାର ହେଉଛନ୍ତି । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ସମ୍ଭାଦପତ୍ର ଗୁଡ଼ିକୁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସହଯୋଗ ମିଳୁ ନଥିବାରୁ ଅନେକ ସମ୍ଭାଦପତ୍ର ବନ୍ଦ ହୋଇଗଲାଣି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର । ଏହି ଅବସରରେ ଉପସ୍ଥିତ ଥିବା ସଦସ୍ୟମାନେ ଦୁଃଖ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବିକେ ସମାଚାରର ସଂପାଦକ ବିନୋଦ ମହାପାତ୍ର, ଅନେକ ସୂଚନାର ସଂପାଦକ ନିତ୍ୟ ନିରଂଜନ ପଣ୍ଡା, ଭୂମିବାର୍ତାର ସଂପାଦକ ସ୍ୱଦେଶ ଚନ୍ଦ୍ର ଦାସ୍‌, ଅଭିନନ୍ଦନର ସଂପାଦକ ଜଗଦୀଶ ମିଶ୍ର, ପରିବର୍ତ୍ତନର ସଂପାଦକ ରମାକାନ୍ତ ପରିଜା, ଓଡ଼ିଶା ୱାଚର ସଂପାଦକ ମନୋଜ ବେହେରା, ସୁବାସ ହୋତା, ଆଜିର ତୋଫାନର ସଂପାଦକ ତପନ ପତି, କଳିଙ୍ଗପ୍ରଭା ସମ୍ପାଦକ ବାବୁଲି ବେହେରା, ଲୋକଭାଷାର ସଂପାଦକ ଶୁକଦେବ ପରିଡ଼ା, ବିଜ୍ଞାନ ବିଶ୍ୱାଳ, ରିନା ଗଡନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସମ୍ପାଦକମାନେ ମୁଖ୍ୟତଃ ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସୁରକ୍ଷା ପ୍ରତି ଧ୍ୟାନ ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.