om academy

ଛତ୍ରପୁର ପ୍ରେସ କ୍ଲବ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

jsm
  • କୃତ୍ରିମ ବୁଦ୍ଧିମତା ଯେପରି ମାନବ ସମାଜର କୌଣସି କ୍ଷତିସାଧନ ନ କରିବ ସେ ଦିଗରେ ଧ୍ୟାନ ଦେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସାମାରୋହ-୨୦୨୩ ଜିଲ୍ଲା ମହକୁମା ଛତ୍ରପୁର ଠାରେ ପାଳିତ ହୋଇଯାଇଛି । ଛତ୍ରପୁର ପ୍ରେସ କ୍ଲବ୍ ପରିସରରେ ଆୟୋଜିତ ବର୍ଣ୍ଣାଢ଼୍ୟ ସାମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଯୁବପୀଢ଼ିଗଣ ୟୁ-ଟ୍ୟୁବ୍ ଓ ଗୁଗୁଲ୍ ଉପରେ ବହୁତ ବିଶ୍ବାସ କରୁଛନ୍ତି । ଏହା ମସ୍ତିଷ୍କକୁ ସଙ୍କୁଚିତ କରିଦେଉଛି । ଖବର ପ୍ରସାରଣ କ୍ଷେତ୍ରରେ ସବୁ କିଛି ବିଶ୍ଲେଷଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ଆବଶ୍ୟକ ବୋଲି ସମସ୍ତ ସାମ୍ବାଦିକମାନଙ୍କୁ ଆହ୍ବାନ ଦେଇଥିଲେ । ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କୃତ୍ରିମ ବୁଦ୍ଧିମତା ଯେପରି ମାନବ ସମାଜର କୌଣସି କ୍ଷତିସାଧନ କରିବ ନାହିଁ, ସେ ଦିଗରେ ଆଇନ ପ୍ରଣୟନ ହେବା ଉଚିତ ବୋଲି ମତପୋଷଣ କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ପ୍ରେସ କ୍ଲବ୍‌ର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଦୈନିକ “ସକାଳ”ର ବ୍ରହ୍ମପୁର ବ୍ୟୁରୋ-ହେଡ୍ ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ବିଘ୍ନେଶ୍ୱର ସାହୁ, ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଜଣେ ବରିଷ୍ଠ ଶିକ୍ଷକ ଡ଼ଃ.ଭି.ରାଜେନ୍ଦ୍ର ରାଜୁ, ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଏହି ଦିବସର ମହତ୍ତ୍ୱ ପ୍ରତିପାଦନ କରିବା ସାଂଗକୁ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମର ଉପକାରିତା, ଅପକାରିତା ଓ ଏହାର ଉପାଦେୟତା ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ସେହିପରି ଗଞ୍ଜାମ ବ୍ଳକ୍ ପ୍ରେସ କ୍ଲବ୍‌ର ସଭାପତି ଶବର କୁମାର ତରାଇ, ଛତ୍ରପୁରର ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ଛତ୍ରପୁର ପ୍ରେସ୍ କ୍ଲବ୍‌ର ସଂପାଦକ ସରୋଜ କୁମାର ସାମଲ, ବିସ୍ମୟ ପ୍ରଧାନ, ସମୀର ଆଚାର୍ୟ୍ୟ, ଅଜିତ ସ୍ବାଇଁ, ରଶ୍ମୀତା କୁମାରୀ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ୟକ୍ତା ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଭା ପରିଚାଳନା କରିଥିଲେ । ପରିଶେଷରେ ଛତ୍ରପୁର ପ୍ରେସ୍ କ୍ଲବ୍ ସଭାପତି ରବିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.