om academy

ବୁଢୀସିଣ୍ଢୋଲ ଗାଁ ନେଁ ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘର୍‌ ଲାଗି ବଂଧୁ ବାଂଧବ୍‌, ଲୋକ୍‌ବାକ୍‌ ଖଚାଖଚ୍‌ ଠୋଲ୍‌ ହେଇଥିଲେ । ମାଏଟ୍‌ ପକା ସରିଥିଲା । କନିଆଁ ଟୁକେଲ୍‌ କେ ତେଲ୍‌ ହଲ୍‌ଦି ବି ଚଢ଼ା ହେଇସାରିଥିଲା । ସକାଲର୍‌ ୮ ବଜେ ପିନ୍ଧାନୀ ହେଲା ଉତ୍‌ରୁ ବର୍‌ଯାତ୍‌ରୀ ଆସିଥିତେ । ୧୨ ବଜେ ବିହା ଥି ବସିଥିତେ ବର୍‌ କନିଆଁ, ପଡ଼ିଥିତା ହାତଗଁଠି । ମାତର୍‌କ’ ଛନେ ଥି ସବୁ ଛୁଚା ହେଇଗଲା । ପ୍ରେମିକର୍‌ ସାଙ୍ଗେ ଭୋର୍‌ ସକାଲୁ ଛୁ ମାରିଦେଲା କନିଆଁ ଟୁକେଲ୍‌ । ଇ କାନୁ ସେ କାନ୍‌ କେ, ଇ ଘରୁ ସେ ଘର୍‌ କେ, ଇ ପରା ନୁ ସେ ସେ ପରା କେ, ଆଖପାଖର୍‌ ଗାଁ ଥି ଚହଲି ବିହିଲି ଗଲା ଇ’ କଥା । ଛନେକେ ହୁବ୍‌ଡ଼ୁବି ପଡ଼ିଗଲା । ଦୁଇ ପହରେ ବିହା ଭୁଜି ଲାଗି ମେଲ୍‌ଛା କଟା ହେଇ ସାରିଥିଲାନ’ । ରନ୍ଧନିଆଁ ମୂଲ୍‌ କରିଥିଲାନ’ ରନ୍ଧାବଢ଼ା । ସବୁ ଥେିବିଗଲା ଘଡେକେ । କନିଆଁ ଟୁକେଲ୍‌ ଘରର୍‌ ସଭେ କନ୍ଦାବୁବା, ସୁସ୍‌କା ସୁସ୍‌କି । ଇ ଘଟ୍‌ନା ଘଟିଛେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବୁଢୀସିଣ୍ଢୋଲ ଗାଁ ଥି । ଝି’ ନିଖୋଜ୍‌ ବଲି ଥାନା ନେ ଏତଲା ଦେଇଛନ କନିଆଁ ଟୁକେଲ୍‌ର ବାପା । ବୁଢୀସିଣ୍ଢୋଲ ଗାଁର ବିହାରୀ ଗାଇଗରିଆଙ୍କର୍‌ ଝି ମାଧବୀଙ୍କର୍‌ ପଟୁଆପାଲି ଗାଁର ଧୀରଜ ସାଂଗେ ବିହାଘର୍‌ ହେବାର୍‌ ଥିଲା । ହେଲେ ଗଲାକାଲି ଭୋର୍‌ ସକାଲୁ ପ୍ରେମିକର୍‌ ସାଙ୍ଗେ ଚଂପଟ୍‌ ମାରିଦେଲା କନିଆଁ ଟୁକେଲ୍‌ । ଏନ୍‌ତା ଗୁଟେ ଘଟ୍‌ନା ବଲାଙ୍ଗିର ସହରର ବାମ୍‌ହନ୍‌ ପଡ଼ା ଥି ଏଭେ ଏଭେ ଦେଖ୍‌ବାର୍‌ କେ ମିଲିଥିଲା । ବିହା ବସି ସାର୍‌ଲା ଉତ୍‌ରୁ ବର୍‌ପିଲା କେ ଥେତୋ କରି ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଇଥିଲା କନିଆଁ ଟୁକେଲ୍‌ । ସେ ଘଟ୍‌ନା କେ ନେଇକରି ସହର୍‌ ଥି ଚର୍‌ଚା ଶୀତଲ୍‌ ନେଇଁ ହେଇକରି ଫେର୍‌ ସହର୍‌ ପାଖର୍‌ ବୁଢୀସିଣ୍ଢୋଲ ଗାଁ ନେ ଏନ୍‌ତା ଘଟ୍‌ନା ଟେ ଘଟ୍‌ବାର୍‌ଟା ବଡ଼ା ସର୍‌ଗରମ୍‌ ଆଲୋଚନାର୍‌ ଖୋରାକ୍‌ ସୃଷ୍ଟି କରିଛେ ପ୍ରେମିକା ପ୍ରେମିକର୍‌ ମାହୋଲ୍‌ ଥି । ନୂଆଁ ନୂଆଁ ବିହା ହେବାର୍‌ କେ ଯାଉଥିବାର୍‌ ପିଲା ଟୁକେଲ୍‌ ଲାଗି ବି ବଡ଼୍‌ଗଖା ଝଟ୍‌କା ଦେଇଛେ ଇ ଘଟ୍‌ନା ।

Leave A Reply

Your email address will not be published.