ପ୍ରେମ ପାଇଁ ହତ୍ୟାକାଣ୍ଡ : ରାଜେନ୍ଦ୍ର ୟୁନିଭରସିଟି ପଛପଟରୁ ମୃତଦେହ ଉଦ୍ଧାର ଘଟଣାରେ ଗିରଫ ହେଲେ ଦୁଇ ସାଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମ ପାଇଁ ସାଙ୍ଗକୁ ଡ଼ାକି ନେଇ ହତ୍ୟା କରାଯାଇଥିବା ଘଟଣା ଚହଳ ସୃଷ୍ଟି କରିଛି ସାରା ସହରରେ । ହତ୍ୟା କରିଥିବା ଦୁଇ ସାଙ୍ଗ ଶୁଭମ ସିଂ ଓ ଅମିତ ମନହିରାକୁ କାବୁ କରିଛି ବଲାଙ୍ଗିର ପୋଲିସ ।

ରାଜେନ୍ଦ୍ର ୟୁନିଭରସିଟି ପଛପଟରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଥିବା ବେଳେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଲୋକଲୋଚନକୁ ଆସିଛି । ମୃତ ଯୁବକ ଜଣକ ସୁଦପଡ଼ାର ବିଶ୍ୱଦେବ ସାହୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଶୁଭମ୍‌ ଓ ଅମିତ ଖଇରାପଡ଼ାର ବୋଲି ଜଣାପଡ଼ିଛି । ସକପ୍‌ ରଡ଼୍‌ ଓ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅମିତ ଓ ବିଶ୍ୱଦେବର ଜଣେ ଝିଅ ସହ ପ୍ରେମ ସଂପର୍କ ଥିଲା । ଏହାକୁ ନେଇ ଦୁହିିଁଙ୍କ ଭିତରେ ପୂର୍ବରୁ ଝଗଡ଼ା ଜାରି ରହିଥିବା କୁହାଯାଇଛି । ତେବେ ବିଶ୍ୱଦେବକୁ ନୃଶଂସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁଇ ଅଭିଯୁକ୍ତ ତାକୁ ଜାଳି ଦେଇଥିଲେ ।

Leave A Reply

Your email address will not be published.